ଭାଷାଶିକ୍ଷା ହିଁ ମୂଳ ୬୪ ତମ ଶିଶୁଲେଖକ କର୍ମଶାଳା ଓ ଆୟୋଜିତ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନର ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଏବଂ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଗଡହୁମା ପ୍ରଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।କୃଷ୍ଣ ପାତ୍ର ସ୍ମାରକୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗତି କୃଷ୍ଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିଶୁ ଲେଖକ କର୍ମଶାଳା ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜାମ ବ୍ଲକ ଭାଗୀରଥି ବେହେରା ମୁଖ୍ୟ ଅତିଥି, ବିଶିଷ୍ଟ ଯୁବ କବି ଶ୍ରୀ ସୁନିଲ କୁମାର ପ୍ରଧାନ ମୁଖ୍ୟ ବକ୍ତା , ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ମହାଙ୍କୁଡ ଙ୍କ ତତ୍ତ୍ଵାବଧନ ସହ ଶିକ୍ଷୟିତ୍ରୀ ପଲ୍ଲବୀ ତରାଇ , ପଦ୍ମିନୀ ମୁଦୁଲି ଓ ପରିଚାଳନା କମିଟି ର ସଭ୍ୟା ଶ୍ରୀମତୀ ସୁପ୍ରଭା ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ କବିତା ଆବୃତ୍ତି, ଗଦ୍ୟ ପଠନ ପ୍ରସ୍ତୁତ କରିବା ସହ ପଠନୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ଏବଂ ମାନପତ୍ର ଦ୍ଵାରା ପୁରସ୍କୃତ ହେଲେ । ମୂଖ୍ୟ ବକ୍ତା ତଥା ବିଶିଷ୍ଟ ଯୁବ କବି ଶ୍ରୀ ସୁନିଲ କୁମାର ପ୍ରଧାନ ଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଗଲା। । ଶ୍ରୀ ବେହେରା ଙ୍କ ସ୍ଵ ଲିଖିତ କବିତା ଅତ୍ୟନ୍ତ ମନମୁଗ୍ଧ ହୋଇଥିଲା।ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ହୁମ୍ମ l ସାଧନ କେନ୍ଦ୍ର .ସଂଯୋଜକ ଦାମୋଦର ପଣ୍ଡା ସଂଯୋଜନା କରିଥିଲେ। କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ସୁବାସ ଚନ୍ଦ୍ର ବେହେରା ଙ୍କ ସହ , ଶିକ୍ଷକ ବିପ୍ର ଚରଣ ସାହୁ, ରବୀନ୍ଦ୍ର ସେଠୀ, ଶେଷଦେବ ବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗଳ୍ପ, ପ୍ରବନ୍ଧ,କବିତା ବିଭାଗର ପଠନ,ଲିଖନ ଓ ଆବୃତ୍ତି ମାଧ୍ୟମରେ ଗଣିତ ଶିକ୍ଷା ଏଫ୍ ଏଲ୍ ଏନ୍ କାର୍ଯ୍ୟକ୍ରମକୁ ସମର୍ଥନ ଦେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ