କୋଭିଡ୍‌-୧୯ଜନିତ ଜଟିଳତା ଯୋଗୁଁ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ଙ୍କର ବୁଧବାର ପାହାନ୍ତାରେ ଦେହାନ୍ତ ହୋଇଯାଇଛି। ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍‌ ପଟେଲ୍‌ ଟୁଇଟ୍‌ରେ ଘୋଷଣା କରିଛନ୍ତି। ଫୈସଲ୍‌ ଟୁଇଟ୍‌ କରିଛନ୍ତି: ୨୦୨୦ ନଭେମ୍ବର ୨୫ ତାରିଖ ପାହାନ୍ତା ୩. ୩୦ ସମୟରେ ମୋର ପିତା ଶ୍ରୀଯୁକ୍ତ ଅହମଦ ପଟେଲ୍‌ଙ୍କର ଦୁଃଖଦ ଏବଂ ଅକାଳ ବିୟୋଗ ହୋଇଥିବା କଥା ଗଭୀର ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ମୁଁ ଘୋଷଣା କରୁଛି। ପ୍ରାୟ ମାସେ ତଳେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ବହୁ ଜନସମାବେଶରୁ ଦୂରେଇ ରହି ଏବଂ ସବୁ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି କୋଭିଡ୍‌-୧୯ ନିୟମ ଏବଂ କଟକଣା ପାଳନ କରିବା ନିମନ୍ତେ ମୁଁ ସମସ୍ତ ଶୁଭାକାଙ୍‌କ୍ଷୀମାନଙ୍କୁ ଅନୁରୋଧ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ