କ୍ଷୀରରୁ ତିଆରି ହେଉଛି ଭୋଡ୍କା

ଗହମ, ଅଙ୍ଗୁର ଓ କିସ୍ମିସ୍ରୁ ମଦ ତିଆରି ହୋଇଥାଏ । ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଦୁଇଟି ପଦାର୍ଥ ସମ୍ପୂର୍ଣ୍ଣ ଭିନ୍ନ । କାହାର କାହା ସହିତ କୌଣସି ସମ୍ପର୍କ ନାହିଁ । ହେଲେ ଏକ ବ୍ରିଟିଶ୍ କମ୍ପାନୀ କ୍ଷୀରରୁ ଭୋଡ୍କା ତିଆରି କରିଥିବା ଦାବି କରିଛି । ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ଡୋରସେଟ୍ରେ ଏହା ତିଆରି କରାଯାଉଛି । ମାକ୍ସ ଆଣ୍ଡ ସ୍ପେସର ନାମକ ଏକ କମ୍ପାନୀ କ୍ଷୀରରୁ ଭୋଡ୍କା ତିଆରି କରିଛି । ତେବେ ଏହାର ସ୍ୱାଦ କ୍ରିମ୍ ଭଳି ହୋଇଥିବା ବେଳେ ଏହାକୁ ବିନା ପାଣିରେ ପିଆଯାଇପାରିବ । ପ୍ରଥମ ଥର ଲାଗି କ୍ଷୀରରୁ ଏହି ଭୋଡ୍କା ତିଆରି କରାଯାଇଥିବା କମ୍ପାନୀ କହିଛି । ଏହାର ନାମ ରହିଛି ବ୍ଲାକ କାଓ । କ୍ଷୀର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହା ପ୍ରଥମ ଭୋଡକା ହୋଇଥିବା ବେଳେ ଏଥିରେ ମଦର ସମସ୍ତ ଗୁଣ ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି । ଏହି ଭୋଡ୍କାର ୫ ଶହ ମିଲି ବଟଲ୍ର ଦାମ ରହିଛି ୨୬୦୨ଟଙ୍କା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ