କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତିପ୍ରସ୍ତର

ଗଂଜାମ, (ବିନୋଦ ପଲାଇ) :ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟାପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ମଧୁର ଯାଆଁଳା ଉପାଦାନ କେନ୍ଦ୍ର ଓ କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହା ଓଡ଼ିଶାରେ ଗଂଜାମ ବ୍ଲକ ପ୍ରଥମ ବୋଲି ଜଣାପଡିଛି । ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ତତ୍ତ୍ୱାବଧାନରେ ,ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗେ ଦେଇ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ , ଡିଏଫଓ ଅମ୍ଳାନ ନାୟକ,ଏଫଓ ଚନ୍ଦ୍ରମଣି ପ୍ରଧାନ, ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଲଏମ – ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଏପିଡି ନଳିନୀ କାନ୍ତ ମିଶ୍ର, ମିଶନ ଶକ୍ତି ବିପିସି-ଚନ୍ଦନ କୁମାର ପାଢୀ, ଓଡିଶା ଜୀବୀକା ମିଶନ-ବିପିଏମ ଜଳନ୍ଦର ମହାରଣା, ଉପସ୍ଥିତ ଥିଲେ । ଏହି ପ୍ରକଳ୍ପରେ ୧୧୧ଟି ମହିଳା ମିଶନ ଶକ୍ତି ଗୋଷ୍ଟି ମାଛ ଯାଆଁଳା ଉତ୍ପାଦନ କରି ଉପକୃତ ହେବେ । ଓଡ଼ିଶାରେ ଏହାର କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ , ଗଂଜାମ ଜିଲ୍ଲାକୁ ତିନଟି ବ୍ଲକକୁ ଏହି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ କରିବା ପାଇଁ ଆସିଥିବା ବେଳେ ,ଗଂଜାମ ବ୍ଲକରେ ଏହାର ପ୍ରଥମ ଭିତିପ୍ରସ୍ତର ସ୍ଥାପନ କରି ଓଡ଼ିଶାରେ ପ୍ରଥମ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ