କ୍ୟାନସରରେ ସ୍ୱାମୀଙ୍କ ମୃତୁ୍ୟପରେ ଅସହାୟ ରୋଗୀଣା ପତ୍ନୀ ସାବିତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):କ୍ୟାନସରରେ ପିଡିତ ସ୍ୱାମୀଙ୍କ ମୃତୁ୍ୟପରେ ଅସହାୟ ହୋଇପଡିଛନ୍ତି ରୋଗୀଣା ପତ୍ନୀ ସାବିତ୍ରୀ । ଘରେ କେହି ନଥିବାବେଳେ କେବଳ ଘରଡିହ ଖଣ୍ଡିକ ବ୍ୟତିତ ଅନ୍ୟ କିଛି ନଥିବାରୁ କିପରି ଶୁଦ୍ଧିକ୍ରୀୟା କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ସାବିତ୍ରୀ । ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ମାୟାଧର ସେଠୀ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରି ହସଖୁସିରେ ଚଳିଯାଉଥିଲେ । କିନ୍ତୁ ଗତ କିଛିଦିନ ତଳେ ଦୁଖଃର ଝଡ ମାଡି ବସିଥିଲା ଏହି ପରିବାରଟି ଉପରେ । ସାବିତ୍ରୀ ପାରାଲିସି ରୋଗରେ ପିଡିତ ହୋଇ ଘରେ ପଡି ଥିବାବେଳେ ମାୟାଧର ଅଚାନକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କିମସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ମୃତୁ୍ୟ ଘଟିଛି । ସ୍ୱାମୀଙ୍କ ମୃତୁ୍ୟପରେ ଅସହାୟ ହୋଇ ପଡିଛନ୍ତି ସାମିତ୍ରୀ । ମାୟାଧରଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବାପରେ ଏକ ଶୋକାକୁଳ ପରିବେଶଷର ତାଙ୍କର ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ କେହି ସହୃଦୟ ବ୍ୟକ୍ତି ସାବିତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲେ ସାବିତ୍ରୀଙ୍କ ଅବଶିଷ୍ଟ ଜୀବନଟି ଶାନ୍ତିରେ କଟିପାରନ୍ତା ବୋଲି ସମାଜସେବୀ ତଥା ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ