ଧର୍ମପ୍ରାଣଙ୍କ ୧୦୩ ବର୍ଷରେ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଆକତପୁର ଗୋଳାପୋଖରୀ ଅଞ୍ଚଳର ମହିୟସୀ ମହିଳା ପ୍ରାନ୍ତସିନୀ ଆଶଙ୍କର ୧୦୩ ବର୍ଷରେ ପରଲୋକ ହୋଇଯାଇଛି । ବୟସାଧିକ ରୋଗରେ ପୀଡ଼ିତ ସ୍ୱର୍ଗତ ବ୍ରଜମୋହନ ଆଶଙ୍କ ପତ୍ନୀ ପ୍ରାନ୍ତସିନୀ ବୟସାଧିକ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସକାଳ ପ୍ରାୟ ୯.୩୦ ସମୟରେ ସେ ଇହଧାମ ପରିତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ପୁତ୍ର ଅସିତ କୁମାର ଆଶ, ଅଜିତ କୁମାର ଆଶ, ଅବନୀ କୁମାର ଆଶ, ଅଶୋକ ଆସ, ଅମର ଆଶ, ଅଘୋର କୁମାର ଆଶ, ଅମିୟ କୁମାର ଆଶ, ଅଶେଷ କୁମାର ଆଶ, ଅଘୋର କୁମାର ଆଶ ଓ ଅଶ୍ୱିନୀ କୁମାର ଆଶ, ପୁତୁରା ଯଶୋଦା ନନ୍ଦନ ଆଶଙ୍କ ସମେତ ପୁତ୍ରବଧୂ, ଝିଅ-ଜ୍ୱାଇଁ ଓ ନାତି ନାତୁଣୀମାନେ ଶଯ୍ୟାଧାରରେ ଉପସ୍ଥିତ ଥିଲେ । ଜଣେ ଧର୍ମପ୍ରାଣା ମହିଳା ଭାବେ ତାଙ୍କର ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ