କ୍ୱାରେଣ୍ଟାଇନ ରୁ ୧୪ଦିନ ଫେରନ୍ତା ପ୍ରବାସୀ ଙ୍କୁ ୧୦୦୦ଟଙ୍କା ଲେଖାଏଁ ବାଣ୍ଟିଲେ ଜିଲାପାଳ

ଶେରଗଡ଼, (ଦେବୀ ପ୍ରସାଦ ଦାଶବ୍ଲକକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଖମାର କ୍ୱାରେଣ୍ଟାଇନ କେନ୍ଦ୍ରକୁ ବୁଲି ଦେଖିଥିଲେ।ଉକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରର ପ୍ରବାସୀ ମାନେ ଶୁକ୍ରବାର ୧୪ଦିନ ପୁରୁ ଥିବା ବେଳେ ସମସ୍ତ କ୍ୱାରେଣ୍ଟାଇନ ରେ ଥିବା ବ୍ୟକ୍ତିଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।ନିଜ ଘରେ ଆଉ ୭ଦିନ ରହି ଭଲ ଭାବରେ ନିୟମ ମାନି ଚଳିଲେ ବଳକା ୧୦୦୦ଟଙ୍କା ନିଜ ପଂଚାୟତ ର ସରପଞ୍ଚ ପ୍ରଦାନ କରିବେ ବୋଲି ବିଡ଼ିଓ ସୁରଞ୍ଜନ କୁମାର ସାହୁ କହିଥିଲେ।ଉକ୍ତ ପ୍ରଦାନ ସମୟରେ ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ,ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ବରିଷ୍ଠ ବିଜେଡ଼ି ନେତା ହୃଷିକେଶ ପାଢ଼ୀ, ଗ୍ରାମ ସେବକ ଜି .ରବିକୁମାର ,ସରପଞ୍ଚ ଗୋଲାପ ପ୍ରଧାନ,ସମିଟିସଭ୍ୟ କାଳୁ ଗୌଡ଼ ପ୍ରମୁଖଙ୍କ ଉପସ୍ଥିତ ରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। କ୍ୱାରେଣ୍ଟାଇନ ସହାୟତା ବଣ୍ଟନ ସମୟରେ ଜିଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି।ପ୍ରବାସୀ ମାନେ ନିଜ ଘରେ ସାମାଜିକ ଦୂରତା ରକ୍ଷା କରି ରହିବେ।ଭଲ ଭାବରେ ସାନିଟାଇଜ ରେ ହାତ ଧୁଅନ୍ତୁ।ସାମାଜିକ ଦୂରତା ରେ ରହି ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ ଜିଲ୍ଲାପାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ