ଖଡିକା ଦଣ୍ଡା ବିଦ୍ୟାଳୟରେ ତାଲାପକାଇଲେ ଗ୍ରାମବାସୀ

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେତେବେଳେ ଛାତ୍ର ଛାତ୍ରୀ ବିଦ୍ୟାଳୟ ଫାଟକ ଆଗ ରେ ଠିଆ ହୋଇ ହରତାଳ କଲେଣି ତ କେତେବେଳେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲାପକାଇଲେଣି । ଆଜି ବାଲିକୁଦାର ଖଡିକା ଦଣ୍ଡା ଗ୍ରାମ ବିଭିନ୍ନ ଅଭିଯୋଗ ନେଇ ନିଜ ଗାଁର ଊଚ୍ଚପ୍ରାଥମିକ ବିଦ୍ୟାଳୟରେ ତାଲାପକାଇଛନ୍ତି । ପୋଷାକ ବଣ୍ଟନ ଅନିୟମିତତା,ଶିକ୍ଷାଦାନ କ୍ଷେତ୍ରରେ ଅନିୟମିତତା, ଶିକ୍ଷକ ନ ଥିଦା ଆଦି ବିଭିନ୍ନ ସମସ୍ୟା ର ଆଶୁ ସମାଧାନ ନିମନ୍ତେ ରଞ୍ଜନ ପତି, ନିଲେଶ ବିଶ୍ୱାଳ, ରମେଶ ସ୍ୱାଇଁ ପ୍ରଭୃତି ଗ୍ରାମବାସୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଅଭିଯୋଗ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ