ମାଛ ମାର୍କେଟ ର ୪ ଚିକେନ ଦୋକନୀ ଉପରେ ଜୋରିମାନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ମାଛ ମାର୍କେଟ ପରିସରରେ ଥିବା କିଛି ଚିକେନ ଦୋକାନୀମାନେ ସେମାନଙ୍କ ଅଳିଆକୁ ରାସ୍ତା ଉପରେ ପକାଉଥିବାରୁ ସେମାନଙ୍କ ଉପରେ ଏନଏସି କତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛି । ମାଛ ମାର୍କେଟଥିବା ୪ଟି ଚିକେନ ଦୋକାନ ଏକ ମାସ ପ୍ରର୍ଯ୍ୟନ୍ତ ବନ୍ଦ ରହିବ ଏବଂ ସେମାନଙ୍କ ଏକ ମାସ ପ୍ରର୍ଯ୍ୟନ୍ତ ଟ୍ରେଡ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ଏନଏସି ପକ୍ଷରୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି । ଏହାକୁ ନେଇ ଆଜି ଏହି ଚିକେନ ଦୋକାନୀମାନେ କାହିଁକି ଏନଏସି ଆମକୁ କେବଳ ଏହିଭଳି କାର୍ଯ୍ୟାନୁଷ୍ଠାନ କରିଛି ଏହାକୁ ନେଇ ଏନଏସି କର୍ମଚାରୀ ଉକ୍ତ ଦୋକାନୀମାନେ ଯୁକ୍ତିତକ୍ତ କରିଥିଲେ । ମାର୍କେଟ ଭିତରେ ଶହ ଶହ ଦୋକାନ ରହିଛି କେବଳ ଆମେ କଣ ଏହି ଅଳିଆ ପକାଇଛି ବୋଲି କହିଥିଲେ । ପରେ ଏନଏସି କାର୍ଯ୍ୟାଳୟରେ ଏହାର ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା ଏହି ଚାରି ଦୋକାନ ଯେଉଁ ନୋଟିସ ଜାରି ହୋଇଥିଲା ତାହାକୁ ର କରାଯିବା ସହ ୪ ଦୋକାନୀ ଉପରେ ୭ଶହ ଟଙ୍କା ଲେଖାଏଁ ଜୋରିମାନ କରାଯିବା ସହ ରାସ୍ତା ଉପରେ ଅଳିଆ ନପକାଇବାକୁ କୁହାଯାଇଥିଲା । ସେମାନେ ନିଜେ ଡଷ୍ଟବିନ ବ୍ୟବହାର କରିବା ସହ ନିଜ ଦୋକାନର ୫ମିଟର ପରିଧି ସଫା ରଖିବାକୁ କୁହାଯାଇଛି । ଦୋକାନୀ ମାନେ ମଧ୍ୟ ଏନଏସି ପକ୍ଷରୁ ନିୟୋଜିତ ହେଉଥିବା ସଫେଇ କର୍ମଚାରୀ ସଫା କରିବା ସମୟରେ ଟଙ୍କା ମାଗୁଛନ୍ତି ବୋଲି କହିଥିଲେ । ସୂଚନା ଥାଉକି ଗତକାଲି ଅପରାହ୍ନରେ ମାଛ ମାର୍କେଟ ରୋଡରେ କୁକୁଡାର ଅଳିଆ ସବୁ ପଡିଥିବାର ଏନଏସି କତୃପକ୍ଷ ଦେଖିଥିଲେ । ଏହି ରାସ୍ତା ଉପରେ ସ୍କୁଲ ଛାତ୍ରୀମାନେ ଯିବାଆସିବା କରିଥାନ୍ତି । ଏନେଇ ଗଞ୍ଜାମ ଜିଲାପାଳଙ୍କ ର୍ନିେଶକ୍ରମେ ଏନଏସି ପକ୍ଷରୁ ମାଛ ମାର୍କେଟ ଭିତରେ ରହୁଥିବା ୪ ଚିକେନ ଦୋକାନୀ ଉପରେ ୩୦ ଦିନ ଦୋକାନ ବନ୍ଦ ରଖିବା ସହ ୩୦ ଦିନ ଟ୍ରେଡ ଲାଇସେନ୍ସ ରଦ୍ଦ ପାଇଁ ଏନଏସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।


