ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ବନ୍ଦକର- ବିରୋଧିଦଳ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଜୀବନରେଖା ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରାଯିବା ପାଇଁ ବିରୋଧୀଦଳ ଗୁଡିକ ପକ୍ଷରୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଲୋକମାନଙ୍କ ଦୀର୍ଘ ବିରୋଧ ସତ୍ୱେ ସରକାର ଖରସ୍ରୋତା ନଦୀ ଉପରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୋଲିସ ବଳର ଭୟ ଦେଖାଇ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି । ଏହା ସ୍ଥାନୀୟ ଲୋକଙ୍କର ଜୀବନ ଜୀବିକାର ଅଧିକାରକୁ କ୍ଷୂର୍ଣ୍ଣ କରିବା ସହ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି କୁଠାରଘାତ କରୁଛି । ମିଳିତ ବିରୋଧୀଦଳ ପକ୍ଷରୁ ଖରସ୍ରୋତା ନଦୀ ଉପରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଶୀଘ୍ର ବନ୍ଦ କରାଯିବା, ସ୍ଥାନୀୟ ଅଞ୍ଚଳରୁ ୧୪୪ଧାରା ପ୍ରତ୍ୟାହାର ସହ ପୋଲିସ ବଳକୁ ପ୍ରତ୍ୟାହାର କରାଯିବା, ଆନ୍ଦୋଳନକାରୀମାନଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯିବା ଓ ଖରସ୍ରୋତାର ତଳମୁଣ୍ଡରେ ଆନ୍ତଃ ସ୍ରୋତ ଜଳ ସଂରକ୍ଷଣ ଷ୍ଟ୍ରକଚରନିର୍ମାଣ କରାଯିବା ପ୍ରଭୃତି ଦାବି କରାଯାଇଛି । ଏଣୁ ସରକାର ଓ ଜିଲ୍ଲା ପ୍ରଶାସନ ଏହି ଘଟଣାପ୍ରତି ସମ୍ବେଦନଶୀଳ ହୋଇ ଏହାର ଏକ ସମ୍ମାନଜନକ ସମାଧାନର ପନ୍ଥା ବାହାର ନକଲେ ମିଳିତ ବିରୋଧୀଦଳ ବୃହତ୍ତର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା, ସି.ପି.ଆଇ.(ଏମ) ସାଧାରଣ ସମ୍ପାଦକ ଗୟାଧର ଧଳ, ସି.ପି.ଆଇ.ର ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ, ସି.ପି.ଆଇ.ର ବାବାଜୀ ଧଳ, ଆଦିକନ୍ଦ ରାଉଳ, ସି.ପି.ଆଇ.(ଏମ)ର ଉମେଶ ଚନ୍ଦ୍ର ସିଂ,ଜଗତଜୀବନ ଦାଶ, ସି.ପି.ଆଇ.ଏମ.ଏଲ.ର ପ୍ରକାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା କୃଷକ ସେଲ ସଭାପତି ନାରାୟଣ ଚନ୍ଦ୍ର ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ