ଖରାପ ହୋଇଥିବା ରାସ୍ତା ନିର୍ମାଣ କଲେ ପ୍ରବାସୀ ଶ୍ରମିକ ଓ ମହିଳା ସଂଘ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସି ର ୧୩ନଂ ୱାର୍ଡ ଅନ୍ତର୍ଗତ ରାମନଗର (ପ୍ରଥମ /ଦ୍ୱିତୀୟ ଲାଇନ) ସ୍ଥିତ ଜାତୀୟ ରାଜପଥ କୁ ସଂଯୋଗ ରାସ୍ତାରେ ଦୀର୍ଘଦିନ ହେଲା ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା । ତେଣୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ମଧ୍ୟ ନିଷ୍କାସନ ନହୋଇ ରାସ୍ତାରେ ଭାସୁଥିଲା । ତେବେ ଏନଏସି ପକ୍ଷରୁ ଚାଲିଥିବା ସହରାଞ୍ଚଳ ମଜୁରୀ ନିଯୁକ୍ତି ଯୋଜନାରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ନିର୍ଦ୍ଦେଶକ୍ରମେ ମହିଳା ସଂଘର ସଦସ୍ୟା ଓ ପ୍ରବାସୀ ଶ୍ରମିକମାନେ ଉକ୍ତ ରାସ୍ତାକୁ ନିର୍ମାଣ କରିଛନ୍ତି । ଯାହାଫଳ ରେ ସେହି ରାସ୍ତାଦେଇ ଲୋକମାନେ ଯାତାୟତ କରିବା ନିମନ୍ତେ ସୁବିଧା ହୋଇପାରିବ । ଏନେଇ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ବୁଧବାର ଟୁଇଟ ଯୋଗେ ସୂଚନା ଦେଇଛନ୍ତ । ସୂଚନା ଯୋଗ୍ୟ ଯେ ରାମନଗର ପ୍ରଥମ ଲାଇନ ସାହି ର ରାସ୍ତା ଖରାପ ଥିବା ପାଣି ଜମିରହୁଥିବା ନେଇ ଜୁନ ମାସ ୧୫ତାରିଖ ଦିନ ସାହିର ସୁମିତ ସାହୁ ନାମକ ଯୁବକ ଏବଂ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ସୂଚନା ପାଇ ଛତ୍ରପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ସେହିଦିନ ଅପରାହ୍ନରେ ୫ଟାରେ ସେହି ଅଂଚଳ ବୁଲି ଅନୁଧ୍ୟାନ କରିଥିଲେ । ଏହାସହ ପାଣି କିପରି ନିଷ୍କାସନ ହୋଇପାରିବ ଏବଂ ରାସ୍ତାରେ ଜମି ରହିଥିବା ପାଣି କିପରୀ ବାହାରକୁ ଡ୍ରେନେଜ୍ ମାଧ୍ୟମରେ ଯିବ ସେଥି ନିମନ୍ତେ ଏନଏସି ପରିମଳ ନିରୀକ୍ଷକ ଗୈାରୀହରି ପଣ୍ଡାଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ପରେ ଏହାର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରାଯାଇଛି । ଜୁନ -୧ ତାରିଖ ଦିନ ଛତ୍ରପୁର ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଶ୍ରୀ ବାବୁ ଯୋଗଦେବା ଦିନ ଠାରୁ ଏନଏସି ଲୋକମାନେ କିପରୀ କରୋନା ସଂକ୍ରମଣ ରୁ ଦୂରେଇ ଏବଂ ସୁରକ୍ଷିତ ରହିବେ ସେଥି ନିମନ୍ତେ ଦିନରାତି ଏକ କରି କାର୍ଯ୍ୟକରିଆସୁଛନ୍ତି । କରୋନା ମୁକାବିଲା ରେ ସେ ଜଣେ କରୋନା ଯୋଦ୍ଧା ଭଳି ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନଏସି ର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏନଏସିର ସମସ୍ତ କର୍ମଚାରୀଙ୍କ ସହାୟତାରେ ଜିଲ୍ଲାପ୍ରଶାସନ ର ସମସ୍ତ ଗାଇଡ ଲାଇନ କିପରୀ ଲୋକମାନେ ପାଳନ କରି ଘରେ ସୁରକ୍ଷିତ ରହିବେ ସେଥି ନିମନ୍ତେ ମଧ୍ୟ କାର୍ଯ୍ୟ ସୁଚାରୁପେ ତୁଲାଇଆସୁଛନ୍ତି ।


