ପଦ୍ମନାଭପୁର ରେ ଚୋରି ୧୩ ହଜାର ଟଙ୍କା, ସୁନା,ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମ ପନ୍ଦରା ସାହିରେ ସୋମବାର ବିଳମ୍ବିତ ରାତି ରେ ଦୁର୍ବୃତ୍ତ ମାନେ ଅମୂଲ୍ୟ ବାଡତ୍ୟା ଙ୍କ ଘରେ ପଶି ପ୍ରାୟ ୧୩ ହଜାର ଟଙ୍କା, ଝିଅ ବାହାଘର ପାଇଁ ସାଇତି ରଖିଥିବା ୯ ଭରି ଓଜନର ସୁନା ଅଳଙ୍କାର,୨୫ ଭରି ଓଜନର ରୂପା ଅଳଙ୍କାର,ମୂଲ୍ୟବାନ ଲୁଗାପଟା ସବୁ ଲୁଟି ନେଇଛନ୍ତି।ସେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁନାମଥାମଣି,ସୁନାକାସୁମାଳ,କାନଫୁଲ ସହ ୪ ଟି ମୁଦି,୨୫ ଭରି ଓଜନର ରୁପା ଅଳଙ୍କାର,ନଗଦ ୧୩ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅମୂଲ୍ୟ ଓ ତାଙ୍କ ପରିବାର ଲୋକେ ରାତ୍ରି ଭୋଜନ ସାରି ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ଘର ବାରିପଟୁ କବାଟ ଗେଡା ଓ ତାଲା ଭାଙ୍ଗି ଘରେ ପଶିଥିଲେ।ଘରେ ଥିବା କାଠ ଆଲମିରା,ଟିଣ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ଓ ସୁନା,ରୂପା ଗହଣା ସବୁ ଲୁଟି ନେଇଛନ୍ତି ବୋଲି ଅମୁଲ୍ୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନିକଟରେ ବୟାନ ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧୫୭/୨୦ ଅନୁଯାୟୀ ପୋଲିସ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।


