ଖରିଡାରେ ବିଶୋଧନ ଏବଂ ସଚେତନତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ହିଞ୍ଜିଳି ବ୍ଳକରେ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ ହୋଇଛି ବିଭିନ୍ନ ପଦକ୍ଷେପ।ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ ପଦକ୍ଷେପ ସହ ବ୍ଳକ ପ୍ରଶାସନ ପକ୍ଷରୁ ଆରମ୍ବ ହୋଇଛି କରୋନା କସରତ।ଗ୍ରାମାଞ୍ଚଳ ଗୁଡ଼ିକରେ ସ୍ୱାବ ଟେଷ୍ଟକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।ଏହା ମାଧ୍ୟମରେ ଖୋଜି ଖୋଜି ଆକ୍ରାନ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଳକ ଖରିଡା ଗ୍ରାମରେ ଗତ କାଲି ସ୍ୱାବ ଟେଷ୍ଟ ଓ ଶୁକ୍ରବାର ସଂକ୍ରମିତ ଙ୍କୁ ଚିକିତ୍ସା ବ୍ୟବସ୍ଥା,ବିଶୋଧନ ପ୍ରକ୍ରିୟା ଓ ସଚେତନତା ରାଲି ଆୟୋଜିତ ହୋଇଥିଲା। ହିଞ୍ଜିଳି ବ୍ଳକ ଓଏସଡ଼ି ଜଗୁ ପୂଜାରୀ,ବେଲ ଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ଟିମ ୪୬ଜଣ ଙ୍କ ସ୍ୱାବ ଟେଷ୍ଟ କରିଥିଲେ। ଚିହ୍ନଟଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଥିବା ବେଳେ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି।ଜଣେ ଚିହ୍ନଟଙ୍କୁ କୋଭିଡ କେୟାର ହୋମକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି।୨ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଜଣକୁ ଶିତଳାପଲ୍ଲୀ କୋଭିଡ କେୟାର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିଶ୍ଚିତ ହୋଇଥିଲା ବେଳେ ଅନ୍ୟ ଗର୍ଭବତୀ ହୋମ କ୍ୱାରେଣ୍ଟାଇନରେ ରହି ଥିବା ଜଣାପଡ଼ିଛି।ଶୁକ୍ରବାର ପିଇଓ ସୁଶାନ୍ତ କୁମାର ପାତ୍ର,ଜିଆର ଏସ ଶ୍ରୀକାନ୍ତ ପଣ୍ଡା, କୋଭିଡ ମନିଟର, ଆଶା, ଅଙ୍ଗନବାଡି ଏବଂ ସ୍ବେଚ୍ଛାସେବୀ ମିଳିତ ଭାବେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଁ ରେ କରୋନା ସଚେତନ କରିଥିଲେ।ଚିହ୍ନଟ ହୋଇଥିବା ଆକ୍ରାନ୍ତ ଓ ପଡୋଶୀ ଙ୍କ ଗୃହ ସମେତ କେନାଲ ସାହିକୁ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତା ରେ ବିଶୋଧିତ କରାଯାଇଛି।ଗାଁର ସମସ୍ତ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ପାଳନ କରିବା ସହ ରୋଗ ନ ଲୁଚାଇବା ପାଇଁ ପିଇଓ ପାତ୍ର ଗ୍ରାମବାସୀ ଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ