ହାବିଲଦାର ରାଜୀବଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ପୁଲିସ ଜିଲ୍ଲାର ହିଞ୍ଜିଳି ଥାନାରେ କାର୍ଯ୍ୟରତ ଥିବା ହାବିଲଦାର ରାଜୀବ କୁମାର ପାଢୀଙ୍କ କାର୍ଯ୍ୟ ଅବଧି ସମ୍ପୂର୍ଣ୍ଣ ହୋଇଛି।ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ତାଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଶୁକ୍ରବାର ଏନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଥିଲା।ଗଞ୍ଜାମ ପୁଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପୁଲିସ ବିଭାଗରେ ଦୀର୍ଘ ୩୭ ବର୍ଷ କାର୍ଯ୍ୟ ସମ୍ପାଦନା କ୍ଷେତ୍ରରେ ବିଭାଗ ପ୍ରତି ତାଙ୍କ ସେବା ମନୋବୃତ୍ତି,ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ୟ କୁ ନିଷ୍ଠାର ସହ ନିର୍ବାହ କରି ହିଞ୍ଜିଳି ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଦିଗରେ ତାଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ।ସ୍ଥାନୀୟ ଥାନାରେ ଯୋଗ ଦେଇଥିବା ବିଭିନ୍ନ ପୁଲିସ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଜନସାଧାରଣ ଓ ପୁଲିସ ମଧ୍ୟରେ ବିଭିନ୍ନ ସମୟରେ ସମନ୍ୱୟ ରକ୍ଷା କରି ସମସ୍ତଙ୍କ ପ୍ରିୟ ଭାଜନ ଥିବା ମତ ପ୍ରକାଶ କରିଥିଲେ।ତାଙ୍କ ଦକ୍ଷତା ଓ ସେବା ମନୋବୃତ୍ତିର ଉଚ୍ଚ ପ୍ରଶଂସା କରି ସମ୍ମାନ ପୂର୍ବକ ସେ ଅଙ୍ଗବସ୍ତ୍ର ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଏକ ଭାବ ବିହ୍ଵଳ ପରିବେଶରେ ତାଙ୍କୁ ସେ ଅବସର କାଳୀନ ଶୁଭେଚ୍ଛା ଜଣାଇଥିଲେ।ସ୍ଥାନୀୟ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ସମେତ ସମସ୍ତ ସହଯୋଗୀ ଓ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ