ଖାଇସାରିବା ପରେ ହାତ ଚାଟୁଛନ୍ତି କି? ଜାଣନ୍ତୁ କ’ଣ ହେବ
କେତେକ ଲୋକ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ସ୍ୱାଦିଷ୍ଟ ଖାଦ୍ୟ ମିିଳିଗଲେ ହାତକୁ ଚାଟି ଖାଆନ୍ତି । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଖାଇ ସାରିବା ପରେ ହାତ ଚାଟିବାକୁ ଭଲ ଲାଗେ । ଶାସ୍ତ୍ରବିତଙ୍କ ମତରେ ଖାଦ୍ୟ ଖାଇସାରିବା ପରେ ହାତର ଆଗପଟ ଚାଟନ୍ତୁ, କିନ୍ତୁ ପଛପଟ କେବେ ଚାଟନ୍ତୁ ନାହିଁ । ଏହା ଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ ଓ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଖାଦ୍ୟର ଅଭାବ ମଧ୍ୟ ଦେଖାଯାଇଥାଏ । ଏଥିସହ ଆପଣ ନଖ କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । ଘର ଭିତରେ କେବେ ନଖ କାଟନ୍ତୁ ନାହିଁ । ଘର ବାହାରେ ଲୋକେ ଚଲାବୁଲା ନ କରୁଥିବା ସ୍ଥାନ ମାନଙ୍କରେ ନଖ କାଟନ୍ତୁ ।


