ଖୁଚୁରା ବେପାରୀଙ୍କ ଲକଡାଉନ କ୍ଷତି

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ଲକଡାଉନରୁ ଭାରତୀୟ ରିଟେଲ ଶିଳ୍ପକୁ ୫.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଖୁଚୁରା ବେପାରୀ ସଂଘ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସିଏଆଇଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଛି ଯେ, ଖୁଚୁରା ବେପାରୀଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରାଯାଉ । ଏହା ନ କଲେ ଶିଳ୍ପର ଅସ୍ତିତ୍ୱ ରହିବନି ବୋଲି ସଂଘ କହିଛି । ସ୍ଥିତି ଯାହା ହୋଇଛି ଆଗାମୀ କିଛି ମାସରେ ପ୍ରାୟ ୨୦% ଖୁଚୁରା ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ବନ୍ଦ କରିପାରନ୍ତି ବୋଲି ସିଏଆଇଟି ଆଶଙ୍କା ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ସିଏଆଇଟି ସହ ୪୦,୦୦୦ ବ୍ୟବସାୟିକ ସଂସ୍ଥା ଏବଂ ୭ କୋଟି କ୍ଷୁଦ୍ର ବ୍ୟବସାୟୀ ଜଡ଼ିତ । ଏହାର କହିବାନୁସାରେ, ପ୍ରଥମ ଦୁଇଟି ଲକଡାଉନ ଯୋଗୁଁ ବୃହତ ସଂଖ୍ୟକ ଦୋକାନ ବନ୍ଦ ରହିଥିଲା । ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଛି । ଖୁଚୁରା କାରବାରକୁ ଶକ୍ତ ଝଟକା ଲାଗିଛି । ୭ କୋଟି କ୍ଷୁଦ୍ର ବ୍ୟବସାୟ ମଧ୍ୟରୁ ୧.୫ କୋଟିଙ୍କୁ ସବୁଦିନ ପାଇଁ ସେମାନଙ୍କର ସଟର ବନ୍ଦ କରିବାକୁ ପଡ଼ିପାରେ । ମଧ୍ୟବର୍ତ୍ତୀ କାଳ ପାଇଁ ୭୫ ଲକ୍ଷ ବ୍ୟବସାୟୀଙ୍କୁ ସେମାନଙ୍କ ଧନ୍ଦା ବନ୍ଦ କରିବାକୁ ପଡ଼ିପାରେ ବୋଲି ସିଏଆଇଟି ଆଶଙ୍କା ପ୍ରକାଶ କରିଛି ।
ସିଏଆଇଟି ଆକଳନ ଅନୁସାରେ, ଭାରତର ମୋଟ ଘରୋଇ ଉପôାଦ (ଜିଡିପି) ରେ ରିଟେଲ ଶିଳ୍ପର ଯୋଗଦାନ ୪୦% ରୁ ଅଧିକ ରହିଛି । ଦେଶର ମୋଟ କାର୍ଯ୍ୟବଳର ପ୍ରାୟ ଏକ ତୃତୀୟାଂଶ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବ୍ୟବସାୟୀ ସେମାନଙ୍କର କର୍ମଚାରୀଙ୍କୁ ଦରମା ଦେବେ । ବ୍ୟାଙ୍କ ସୁଧ ନେବା ଜାରି ରଖିବ ଏବଂ ଘର ମାଲିକ ଭଡ଼ା ମାଗିଚାଲିବ । ଏଭଳି କ୍ଷେତ୍ରରେ ଶିଳ୍ପର ଅବସ୍ଥା ଶୋଚନୀୟ ହୋଇଯାଇଛି ।
ଲକଡାଉନ ସମୟରେ ମଦ ଦୋକାନ ଖୋଲା ରହିବାକୁ ବିରୋଧ କରିଛି ସିଏଆଇଟି । ଲକଡାଉନର ଯେତିକି ଫାଇଦା ମିଳିଛି ତାହା ମଦ ଦୋକାନ ଖୋଲା ରହିବା ଦ୍ୱାରା ବରବାଦ ହୋଇଯିବ । ସଂଘ କହିଛି, ଏହା ଉକ୍ତ ବ୍ୟବସାୟୀମାନଙ୍କ ପାଇଁ ଅନ୍ୟାୟ ହେବ, ଯେଉଁମାନେ ଲକଡାଉନ ପାଳନ କରି ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି । ସୂଚନା ଯୋଗ୍ୟ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ଲକଡାଉନ ଚାଲିଛି । ଭୂତାଣୁର ତୀବ୍ରତାକୁ ଦୃଷ୍ଟିରେ ରଖି ଏହାକୁ ଦୁଇ ଥର ସମ୍ପ୍ରସାରଣ କରାଯାଇଛି । ଲକଡାଉନ ୨.୦ର ଅବଧି ମେ ୩ ରେ ଶେଷ ହେଉଥିବା ବେଳେ ଏହାକୁ ଆଉ ଦୁଇ ସପ୍ତାହ ବଢ଼ାଇ ଦିଆଯାଇଛି । ତେବେ ଏଥିରେ କିଛିଟା କୋହଳ ଆଭିମୁଖ୍ୟ ପ୍ରକାଶ କରାଯାଇଛି ।
ଲକଡାଉନ ଅବଧିରେ ଶିଳ୍ପ କାରବାର ଅନେକ ମାତ୍ରାରେ ବ୍ୟାହତ ହୋଇଛି । ଅର୍ଥନୀତିର ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର ଇତି ମଧ୍ୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଇଥିବା ବେଳେ ଆଉ ଏକ ପ୍ୟାକେଜ ଉପରେ ବିଚାର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ