ଗଂଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର କର୍ମକର୍ତ୍ତା ନିର୍ବାଚନ

ଛତ୍ରପୁର, (ଦେବଦତ୍ତ ମହାରଣା) : ରବିବାର ଗଂଜାମ ପୁଲିସ ଜିଲ୍ଲା ର ହାବିଲଦାର ଓ କନେଷ୍ଟବଳ ସଂଘର କର୍ମକର୍ତା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ସୋମବାର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି । ଏଥିଲାଗି ସମସ୍ତ ପଦବୀରେ ମୋଟ ୨୩ ଜଣ ପ୍ରାର୍ଥ ନାମାଙ୍କନପତ୍ର ଦାଖଲ କରିଥିଲେ । ସଭାପତି ଭାବେ ଅଭିମନ୍ୟୁ ଜାଲି ୩୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଗୋରାଚାନ୍ଦ ତ୍ରିପାଠୀ ୨୮୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ସେହିପରି ସଂପାଦକ ଭାବେ ସୁବାସ ଚନ୍ଦ୍ର ସେଠୀ ୪୧୧ ଖଣ୍ଡ, ଉପସଭାପତି ଭାବେ ଆକାଶ କୁମାର ବେହେରା ୪୦୯ ଖଣ୍ଡ, କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର କୁମାର ସାହୁ ୪୧୩ ଖଣ୍ଡ, ଯୁଗ୍ମ ସମ୍ପାଦକ(୧) ଭାବେ ଦିଲ୍ଲୀପ ରଣା ୪୦୦ ଖଣ୍ଡ, ଯୁଗ୍ମ ସମ୍ପାଦକ(୨) ଭାବେ ଦିନବନ୍ଧୁ ବେହେରା ୩୭୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ୫ ଜଣିଆ କାର୍ଯ୍ୟକାରୀ ସଦସ୍ୟ ଭାବେ ବିରଞ୍ଚି କୁମାର ବେହେରା, ନନ୍ଦ କିଶୋର ମାରାଣ୍ଡି, ଉମା ଶଙ୍କର ବେହେରା, ଜି ଗଣେଶ ରାଓ ଓ ଶାନ୍ତୁନୁ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ