ଗଂଜେଇ ସହ ବାଇକ ଜବତ ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚୋରାଚାଲଣ ବେଳେ ବାଲିଗୁଡା ପୋଲିସ ଦ୍ୱାରା ଧରାପଡିଲା । ଘଟଣାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଦ୍ୱାରା ମହାଶିଙ୍ଗି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ଗାଡି ମୋଟର ଯାଂଚ କରୁଥିବା ସମୟରେ ଏକ ବାଇକ ବାଲିଗୁଡାରୁ ଯାଉଥିଲା । ସେହି ବାଇକକୁ ପୋଲିସ ହାତ ମାରି ଅଟକାଇବା ସହ ବାଇକ ଓ ବାଇକଚାଳକକୁ ଧରିବା ପରେ ଦେଖିଥିଲେ ଯେ ତାପାଖରୁ ଗଂଜେଇ ବାହାରିଥିଲା । ବାଇକ ଓ ଗଂଜେଇ ଜବତ ସହ ଚାଳକକୁ ପୋଲିସ ଥାନାକୁ ଆଣିଥିଲେ । ୧୨କେଜି୩୦୦ଗ୍ରାମ ହୋଇଥିବା ବେଳେ ଜବତ ହୋଇଥିବା ଗାଡି ନମ୍ବରଓଡି୦୫ଡବ୍ଲ୍ୟୁ୧୫୨୭ କୁ ଜବତ କରି ଗିରଫ ହୋଇଥିବା ଜସୋବନ୍ତ ବିରକୁ କେସ ନମ୍ବର ୧୦୪/୨୦ରେ ମମାଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ