ପଞ୍ଚାୟତ ବାସିନ୍ଦାଙ୍କୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି।ବର୍ତ୍ତମାନ କିଛି ଦିନ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।ପ୍ରାୟ ଦୁଇ ମାସ ଧରି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଗରିବ ଅସହାୟ ନିଃସହାୟ ଲୋକମାନଙ୍କ ର ଖାଦ୍ୟ ଅଭାବ ଜନିତ ସମସ୍ୟା ଉପୁଜିବା ଆରମ୍ଭ ହୋଇଛି। ଏହି ପରିପ୍ରକ୍ଷିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ସ୍ୱାସ୍ଥ୍ୟ ସଚେତନତା ସଂଘ ପକ୍ଷରୁ ଚୁଡା ,ଗୁଡ, ଚାଉଳ,ଡାଲି, ତେଲ ସୋୟାବିନ, ସାବୁନ ସର୍ଫ ଇତ୍ୟାଦି ଜିନିଷ ବାଲିଗୁଡା ବ୍ଳକର ବୁଡ଼ୁରୁକିଆ ପଞ୍ଚାୟତର ମୁସୁକୁଲି ଗ୍ରାମରେ ଥିବା ସମସ୍ତ ଗ୍ରାମବାସୀ, ଅନାଥ,ଓ ସ୍କୁଲ ପିଲା ମାନଙ୍କୁ ବଣ୍ଟନ କରାଯିବା ସହ ଗୋଲେଇ କରି ପ୍ରତି ଦୁଇ ଫୁଟ ଅନ୍ତରରେ ରହି କାର‌୍ୟ୍ୟ କରିବା ଭଳି ବିଭିନ୍ନ କାର‌୍ୟ୍ୟକ୍ରମ ସଂଘର ସଭାପତି ରବି ନାରାୟଣ ମିଶ୍ର ଙ୍କ ନେତୃତ୍ୱରେ କରାଯାଇଥିଲା ।ଏଥି ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସଫା ସୁତରା ରହିବା,ହାତ ଧୋଇବା, ସାମାଜିକ ଦୁରତା ବଜାଇ ରଖିବା,ବାହାରୁ ଆସୁଥିବା ଲୋକମାନଙ୍କୁ ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ରେ ରହିବାକୁ ପ୍ରବର୍ତ୍ତାଇବା ।କରୋନା କୁ ଗାଁ ରେ ପୁରାଇ ଦେବେନାହିଁ ବୋଲି ଗାଁ ମାନଙ୍କ ରେ ଶପଥ କରାଇଥିଲେ। ଏହି କାର‌୍ୟ୍ୟକ୍ରମ ଆଗାମୀ ଦିନରେ ବାଲିଗୁଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତ ରେ ଜାରୀ ରହିବ ବୋଲି ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା କାଳିନ୍ଦୀ ଚରଣ ପଣ୍ଡା, ଯୋଗେନ୍ଦ୍ର କୁମାର ଜେନା, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ସମୀର କୁମାର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ