ଗଗନଯାନ ମିଶନ : ତାଲିମ ପାଇଁ ୭ ଜଣ ବାୟୁସେନା ପାଇଲଟଙ୍କୁ ପଠାଗଲା ଋଷିଆ

ନୂଆଦିଲ୍ଲୀ : ଭାରତର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିବା ୧୨ ଜଣ ମହାକାଶଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ତାଲିମ ପାଇଁ ଋଷ ପଠାଯାଇଛି । ଏମାନେ ଫେରିବା ପରେ ଅବଶିଷ୍ଟ ୫ ଜଣଙ୍କୁ ଋଷ ପ୍ରେରଣ କରାଯିବ ବୋଲି ଜଣାପଡିଛି । ଏହି ୧୨ ଜଣ ହେଉଛନ୍ତି ଭାରତୀୟ ବାୟୁସେନାର ପାଇଲଟ । ଏମାନଙ୍କ ମଧ୍ୟରେ ଓଡିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ ରଥ ମଧ୍ୟ ଅଛନ୍ତି । ପ୍ରଥମରୁ ଏହି ମିଶନ ପାଇଁ ପାଇଲଟଙ୍କ ସର୍ବୋଚ୍ଚ ବୟସସୀମା ୩୦ ଥିଲା, କିନ୍ତୁ ଏହି ବୟସ ବର୍ଗରେ କେହି ଚୟନ ନ ହେବାରୁ ବାଧ୍ୟ ହୋଇ ବୟସସାମାକୁ ୪୧କୁ ବୃଦ୍ଧି କରାଯାଇଛି । ଏହି ୧୨ ଜଣଙ୍କୁ ନେଇ ଏବେ ସ୍କ୍ରିନିଂ ଚାଲିଛି । ତାଲିମ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ରଖାଯିବ । ଶେଷରେ ମହାକାଶ ଯିବାକୁ ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ବଛାଯିବ । ଆସନ୍ତା ୨୦୨୧ ଡିସେମ୍ବର ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ