ରେଳ ଧାରଣାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଯୋଡା : ଦେଓଝର ରେଳ ଷ୍ଟେସନ ସନ୍ନିକଟ ରେଳ ଧାରଣାରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଅଘଟଣ ଘଟିଛି । ମିଳିଥିବା ଖବର ଅନୁଯାୟୀ ବୃଦ୍ଧ ଜଣକ ବାର୍ଦ୍ଧକ୍ୟ ଭତ୍ତା ଧରି ଫେରୁଥିବା ସମୟରେ ରେଳ ଧାରଣାରେ ଅଟକି ରହିଥିଲା ଟ୍ରେନ୍ । ଏହି ସମୟରେ ହଠାତ୍ ବୃଦ୍ଧ ଜଣକ ଟ୍ରେନ ବଗି ତଳେ ଯିବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରେନଟି ଛାଡିଥିଲା । ଟ୍ରେନରେ ଧାରଣାରେ କଟି ବୃଦ୍ଧ ଜଣକ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ପରିଚୟ ଗୋବର୍ଦ୍ଧନପୁର ଗ୍ରାମର ବୁଧୁରାମ ମୁଣ୍ଡା ବୋଲି ଜଣାପଡିଛି । ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


