ଗଜପତିରୁ ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଳେ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ମଧ୍ୟ ରାତ୍ରରେ ଗଜପତି ଜିଲ୍ଲାରୁ ପୋଡ଼ସୀ ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଳେ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଜବତ ହୋଇଛି. ଏହି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଅଟୋ ସହ ପୋଲିସ ଜଣକୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଏସପି ସ୍ୱାତୀ ଏସ. କୁମାରଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ସହରରେ ପୋଲିସ ପେଟ୍ରୋଲି ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି. ଗତକାଲି ରାତ୍ରରେ ପାରଳା ପୋଲିସ ସହରରେ ରାତ୍ରକାଳୀନ ପେଟ୍ରୋଲି ଜାରି ରଖି ଥିବାବେଳେ ମଧ୍ୟ ରାତ୍ର ୧୨:୩୦ ସମୟରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବାବେଳେ ସନ୍ଦେହରେ ଅଟକାଇ ତନଖି କରିଥିଲେ. ଅଟୋ ମଧ୍ୟରୁ ୨୨ ପେଟି ବିଦେଶୀ ମଦ ରହିଥିବା ଦେଖା ଯାଇଥିଲା. ଅଟୋ ଏବଂ ଚାଳକଙ୍କୁ ପାରଳା ଥାନାକୁ ଆଣି ତଦନ୍ତ କରାଯିବା ପରେ ଜଣା ଯାଇଥିଲାଯେ ଏହି ବିଦେଶୀ ମଦ ପେଟି ଗୁଡିକୁ ଆନ୍ଧ୍ରକୁ ଚୋରା ଚାଲାଣ ହୋଇଥିଲା. ଆନ୍ଧ୍ରରେ ବିଦେଶୀ ମଦର ଦର ଓଡିଶା ଅପେକ୍ଷା ଢେର ଅଧିକା ଥିବା ଯୋଗୁଁ କେତେଜଣ ଚୋରା ବ୍ୟବସାୟୀ ଏହାକୁ ଏକ ବ୍ୟବସାୟ ରୂପେ ଧରି ନେଇଛନ୍ତି. ଏହି ଘଟଣାରେ ଚୋରା ଚାଲାଣରେ ବ୍ୟବହୃତ ଏପି ୩୦/୬୯୭୧ ନମ୍ବର ବିଶିଷ୍ଟ ଅଟୋକୁ ଜବତ କରାଯିବା ସହିତ ଅଟୋ ଚାଳକ ବି. ରଙ୍ଗାରାଓକୁ ଗିରଫ କରାଯାଇଛି. ଏ ନେଇ ପାରଳାଖେମୁଣ୍ଡି ଥାନା କେଶ ନଂ ୧୬୪/୨୩ ରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଆଇଆଇସି ବାବୁଲି ନାୟକ ସୂଚନା ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ