ଗଜପତିରେ ଅଗ୍ନିବର୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥ‌ିବା ଗଜପତି ଜିଲ୍ଲାରେ ଅଗ୍ନିବର୍ଷା ଜାରି ରହିଛି. ପାରଦ ବର୍ତ୍ତମାନ ୪୪ ଡିଗ୍ରୀ ଛୁଇଁଲାଣି. ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସକାଳ ୯ ହେଲେ ଲୋକେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି. ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ ଗୋଟି ବ୍ଲକର ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ, ଗୁମ୍ମା ଓ କାଶୀନଗର ଆଦି ଅଞ୍ଚଳରେ ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ଗତ ୩ ଦିନ ହେଲା ଏଭଳି ଗରମ ଅନଭୂତ ହେଉଛି ଯେ, ଲୋକେ ତ୍ରାହି ତ୍ରାହି ଡାକିଲେଣି । ସକାଳ ୯ଟା ବେଳକୁ ସହରର ତାପମାତ୍ରା ୩୪ଡିଗ୍ରୀ ଉପରେ ରହୁଥ‌ିବା ବେଳେ ମଧ୍ୟ ମଧ୍ୟାହ୍ନ ବେଳକୁ ଏହା ବୃଦ୍ଧି ପାଇ ୪୦ଡିଗ୍ରୀ ଯାଏଁ ଯାଏଁ ଚାଲିଯାଉଛି । ତାପମାତ୍ରା ସହ ଜଳବାୟୁରେ ଆର୍ଦ୍ରତା ମଧ୍ୟ ଅତ୍ୟଧୂକ ରହୁଥ‌ିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂ ଅନୁଭୂତ ହେଉଛି । ଫଳରେ ସହରରେ ତାମପାତ୍ରା ୪୪ଡିଗ୍ରୀ ରହୁଥ‌ିବା ଭଳି ଅନୁଭୂତ ହେଉଛି । ପ୍ରବଳ ଖରା ଓ ଗରମ ସହ ଗୁଳୁଗୁଳି ଯୋଗୁଁ ଗୁରୁତ୍ବପୂର୍ଣ କାମ ନଥିଲେ ଲୋକେ ସକାଳ ୧୦ଟା ପରେ ଘରୁ ପଦାକୁ ବାହାରୁ ନାହାନ୍ତି । ଦିନ ତମାମ ରାସ୍ତା ଘାଟ ଖାଁଖାଁ ରହୁଛି । ଲୋକେ ଆସୁନଥିବାରୁ ଦିନ ତମାମ ବ୍ୟବସାୟ ମଧ୍ୟ ମାନ୍ଦା ରହୁଛି. ତେଣୁବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ପାରଳାଖେମୁଣ୍ଡିର କେତେକ ସଚେତନ ନାଗରିକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ବିଶେଷ କରି ପରିବା ବ୍ୟବସାୟୀ ଅଧୂକ ପ୍ରବାବିତ ହୋଇଛନ୍ତି । ସକାଳୁ ଆଣିଥିବା ପରିବା ପ୍ରଚଣ୍ଡ ତାତି ଯୋଗୁଁ ସନ୍ଧ୍ୟାରେ ନଷ୍ଟ ହୋଇଯାଉଛି । ତେରୁ ତାହା କିଣୁନଥ୍‌ବାରୁ ସେମାନଙ୍କ ବହୁ କ୍ଷତି ହୋଉଥିବା ପରିବା ବ୍ୟବସାୟୀମାନେ କହିଛନ୍ତି । ଗୋଟିଏ ପଟେ ପ୍ରଚଣ୍ଡ ତାତ ସାଙ୍ଗକୁ ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଲାଣି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ଗତ ସେପ୍ଟେମ୍ବର ମାସରୁ ବର୍ଷା ନଥିବାରୁମହେନ୍ଦ୍ରତନୟା ନଦୀ ସମେତ ବିଭିନ୍ନ ଜଳାଶୟ ଶୁଖୁଗଲାଣି । ତେଣୁ ବର୍ତ୍ତମାନ ସହରରେ ଦିନେ ଛଡା ଦିନେ ଜଳ ଯୋଗାଣ କରାଯାଉଛି । ଆଉ ସପ୍ତାହକ ମଧ୍ୟରେ ବର୍ଷା ନହେଲେ ନହେଲେ ସ୍ଥିତି ଆହୁରି ସଂଗୀନ ହେବା ଆଶ ଆଶଙ୍କା ପ୍ରକାଶ ପାଇଛି । ପାଇପ ଯୋଗେ ଜଳ ଯୋଗାଣ ହୋଇନପାରିଲେ ଟ୍ୟାଙ୍କର ଯୋଗେ ଯୋଗାଣ କରିବାକୁ ପ୍ରଶାସନ ଯୋଜନା କରୁ କରୁଥିଲେ ମଧ୍ୟ ଲୋକେ ପର‌୍ୟାପ୍ତ ପରିମାଣର ଜଳ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ