ଗଜପତିରେ ପୁଣି ଜଣେ ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୪୨୮ରେ ପହଞ୍ଚିଲା

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଜଣକୁ ମିଶାଇ ସଂଖ୍ୟା ୪୨୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହି କରୋନା ରୋଗୀଙ୍କର ଦ୍ୱିତୀୟ ଥର ପାଇଁ ସ୍ୱାବ ପରୀକ୍ଷା କରିବା ପରେ ତାଙ୍କର ସ୍ୱାବ୍‌ରୁ କରୋନା ପଜିଟିଭ ବାହାରିଛି ବୋଲି ସୂଚନା ଲୋକ ସମ୍ପର୍କ ବିଭାଗର ତଥ୍ୟକୁ ଭିର୍ତ୍ତି କରି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ