ଗଜପତିରେ ମହାଦୁର୍ନୀତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବିଶେଷକରି ଗ୍ରାମାଞ୍ଚଳ ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ପ୍ରାୟ ସମସ୍ତ ବିକାଶ ଓ ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟରେ ଶତକଡା ୨୦ ରୁ ୩୦ ଭାଗ ପର୍ଯ୍ୟନ୍ତ ପିସି ଆଦାୟ ହେଉଥିବା ବିଭିନ୍ନ ଅଭିଯୋଗ ହୋଇଛି. ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ୧ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏକ ରାସ୍ତା କାମରେ୧୯ ହଜାର ଟଙ୍କା ପିସି ଆଦାୟ ହୋଇଥିବା ଅଭିଯୋଗ ହୋଇଛି. ଦୁର୍ନୀତି ମୁକ୍ତ ରାଜ୍ୟ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଏହାର ପ୍ରାଦୁଭାବ ବଡ଼ିବାରେ ଲାଗିଛି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ବିଭିନ୍ନ ସମୟରେ ଠକାମୀର ଶିକାର ହେଉଛନ୍ତି ଅଞ୍ଚଳବାସୀ।ସେଥିମଧ୍ୟରୁ ଉନ୍ନୟନ ମୂଳକ କାର୍ଯ୍ୟରେ ପିସି ଆଦାୟ କରୁଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଯେ ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତ କୁମ୍ବିବା ଗ୍ରାମ ଠାରେ ରକ୍ଷଣାବେକ୍ଷଣ ସିସି ରୋଡ଼ ବବିଲା ସାହି ପାଇଁ ଏକଲକ୍ଷ ଟଙ୍କା ଅନୁଦାନ କାର୍ଯ୍ୟ ଆଦେଶ ଅନୁସାରେ କୁମ୍ବିବା ଠାରେ ସିସି ରୋଡ଼ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।କାର୍ଯ୍ୟ ଶେଷ ହେବା ପରେ ପ୍ରାପ୍ୟ ଏକଲକ୍ଷ ଟଙ୍କା ବଦଳରେ ୮୧ହଜାର ଟଙ୍କା କାର୍ଯ୍ୟ କରୁଥିବା ମହିଳା ବବିଲା ମଣ୍ଡଳଙ୍କୁ ପ୍ରଦାନ କରିଥିଲେ ଗୁମ୍ମା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଉର୍ବଶୀ ପାଣି।ଉକ୍ତ ମହିଳା ଏକ ଲକ୍ଷ ଟଙ୍କା ବଦଳରେ ୮୧ହଜାର ଟଙ୍କା କାହିଁକି ଦେଉଛନ୍ତି ବୋଲି ପଚାରିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ପିସି ଏବଂ ଅନ୍ୟାନ୍ୟ ବାବଦରେ ୮୧ ହଜାର ଟଙ୍କା ନେବାକୁ ବାଧ୍ୟ କରିଥିଲେ।ଉକ୍ତ ପେଟି ଠିକାଦାର ବବିଲା ମଣ୍ଡଳଙ୍କ କହିବା ଅନୁଯାୟୀ ଏହି ସିସି ରୋଡ଼ କାର୍ଯ୍ୟରେ ୯୦ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଲି,ସିମେଣ୍ଟ,ମେଟେଲ ଓ ଶ୍ରମିକ ମଜୁରୀ ଦରବୃଦ୍ଧି ଯୋଗୁଁ ଏକଲକ୍ଷ ପ୍ରାପ୍ୟ ଟଙ୍କା ପ୍ରଦାନ କରିଥିଲେ ମୁ ଧାର ସୁଜିବାକୁ ସୁବିଧା ହୋଇଥାଏ।କିନ୍ତୁ ଏସବୁ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀଙ୍କୁ ମୋ ସମସ୍ୟା ସମ୍ପର୍କରେ ଜଣାଇବା ପରେ ମଧ୍ୟ ସେ ମତେ ୮୧ ହଜାର ଟଙ୍କା ପ୍ରଦାନ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବବିଲା ମଣ୍ଡଳ। ଏହି ଅଭିଯୋଗ ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଗୁମ୍ମା ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀଣୀ ଉର୍ବଶୀ ପାଣିଙ୍କୁ ବହୁ ଯୋଗାଯୋଗ ପରେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ।


