ଗଜପତିରେ ୨୬ ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ରବିବାର ଜିଲ୍ଲାରେ ମୋଟ ୧୦୭୮ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୬ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ଜଣେ, ଗୋଷାଣୀ ବ୍ଲକରୁ ୧୩ଜଣ, ମୋହନା ବ୍ଲକରୁ ୮ଜଣ ଏବଂ ରାୟଗଡ ବ୍ଲକରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


