ଗଜପତିର କନ୍ୟାରତ୍ନ ପ୍ରଥମଥର ପାଇଁ ବିଦେଶ ଇଟାଲିର ଦମ୍ପତ୍ତିଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ହେଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ପ୍ରଥମଥର ପାଇଁ ଶିଶୁ ସୁରକ୍ଷା ଅଧିନରେଥିବା ଜଣେ ଅନାଥ ସନ୍ତାନ ପ୍ରଥମ ଥର ପାଇଁ ବିଦେଶ ସୁଦୂର ଇଟାଲୀୟ ଦମ୍ପତ୍ତିଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୧୭ତମ, ୧୮ତମ ଓ ୧୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଅନୁପମ ସାହା ପୋଷ୍ୟ ସନ୍ତାନ ଭାବେ ସୁଦୂର ଇଟାଲିର ଗୋଟିଏ ଦମ୍ପତ୍ତି ଏବଂ ପଶ୍ଚିମବଙ୍ଗର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ, ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ଆଡପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା । ପରବରତ୍ତ୍ୀ ମୂହୁର୍ତ୍ତରେ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଯାହାଦ୍ୱାରା ଶିଶୁମାନେ ପୋଷ୍ୟ ଭାବେ ଯେ କୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇଦିଆଯାଇଥିଲା । ପରବର୍ତ୍ତି ମୂରୁର୍ତ୍ତରେ ମାସ ମାସ ଧରି ସନ୍ତାନ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତି ମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁମାନଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିଲା ପରେ ଆଜି ଦୁଇଟି ଶିଶୁକୁ ପଶ୍ଚିମବଙ୍ଗର ଦମ୍ପତ୍ତି ମାନଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା ବେଳେ ଅନ୍ୟ ଗୋଟିଏ ଶିଶୁକୁ ସୁଦୂର ଇଟାଲିର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ଶିଶୁ କନ୍ୟାରତ୍ନ ହୋଇଥିଲା ବେଳେ ଏମାନଙ୍କୁ ପାଇ ଦମ୍ପତ୍ତିମାନେ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ହସ୍ତାନ୍ତର ସମସୟେରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଶିଶୁ ମଙ୍ଗଳ ସମିତିର ସଭ୍ୟ ଅଳକା ସାହୁ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ନିର୍ଦ୍ଦେଶକ ବିଶ୍ୱଜିତ ପାଣି ଏବଂ ସମ୍ପାଦିକା ସଞ୍ଜୁପ୍ରଭା ପାଣି ପ୍ରମୁଖ ଉପସ୍ଥିତଥିଲେ ।


