ସି.ସି.ଡି ସ୍ୱେଚ୍ଛେସେବୀ ସଂସ୍ଥା ଦ୍ୱାରା ଭିନ୍ନକ୍ଷମ ମାନଙ୍କ ଅଧିନୀୟମ ଓ ପଞ୍ଚାୟତ ରାଜର ଭୂମିକା ସଂପର୍କରେ ସଚେତନତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ଆନୁକୁଲ୍ୟରେ ୟୁରୋପିଅନ୍ ୟୁନିଅନ ଓ ସାଇଟ ସେଭର୍ସ ସହାୟତାରେ ମଣ୍ଡଳସାହି ଠାରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ବ୍ଲକର ୬ଗୋଟି ଗ୍ରାମପଞ୍ଚାୟତର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ପଞ୍ଚାୟତର ଭୂମିକା ସଂପର୍କରେ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ସି.ସି.ଡି. ସଂପାଦକ ଏ. ଜଗନ୍ନାଥ ରାଜୁ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ଏବଂ ଥଇଥାନ ନିମନ୍ତେ ସରକାର ଓ ଅନୁଷ୍ଠାନ ତରଫରୁ କଣ ଯୋଜନା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ତାଲିମ ଦାତା ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ତାଲିମ୍ ଦାତା ରବି ନାରାୟଣ ପାଇକରାୟ ଏବଂ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ବେହେରା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କ ଅଧିନିୟମ-୨୦୧୬ ବିଭିନ୍ନ ଯୋଜନା ଓ ପଞ୍ଚାୟତରାଜ ପ୍ରତିନିଧିଙ୍କ ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସି.ସି.ଡି. ଅନୁଷ୍ଠାନର ସଂଯୋଜକ ତପନ ପାଣିଗ୍ରାହୀ, ମୋହନ ଭୂୟାଁ, କର୍ମୀ ଜଗନ୍ନାଥ ଗମାଙ୍ଗ, ବାବନା ଭୂୟାଁ ଏବଂ ଅନ୍ୟ ସହକର୍ମୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ