ଗଜପତିର ଝାମି ଗ୍ରାମରେ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମକୁ ନେଇ ଯୁବବର୍ଗଙ୍କୁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗ୍ରାମ ଅନ୍ତର୍ଗତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମକୁ ନେଇ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବାର ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା ଯୋଗେ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଜ୍ୟ ନେହେରୁ ଯୁବ କେନ୍ଦ୍ରର ଉପନିର୍ଦ୍ଦେଶକ ବିମଳ ପଟ୍ରିକସାହା, ସହକାରୀ ଜିଲ୍ଲାପାଳ ଜୁବଲି ଚରଣ ବେହେରା, ଜିଲ୍ଲା ନେହେରୁ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରିଶୋର୍ସ ପର୍ସନ ଭାବେ ନ୍ୟାସନାଲ ହେଲ୍‌ଥ ମିଶମର ସୁଶିଳା ମିଶ୍ର, ଡିଆର୍‌ଡିଏର ସାନିଟାଇଜେସନ ସଂଯୋଜକ ଜି.ସୁନିଲ୍ ବାବୁ ପ୍ରମୁଖ ଯୋଗଦେଇଥିଲେ । ଉପସ୍ଥିତ ଥିବା ମୁଖ୍ୟ ଓ ସମ୍ମାନନୀୟ ଅତିଥି ପ୍ରଦୀପ ପ୍ରଜ୍ୱଳନକରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହା ସହିତ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିବା ସହ ନିଜ ନିଜ ଅଞ୍ଚଳକୁ କିପରି ସଫାସୁତୁରା ରଖିବା ସହ ବବୁଜ ଶ୍ୟାମଳ କରିବେ ଏ ନେଇ ଅଂଶ ଗ୍ରହଣ କରିଥିବା ଯୁବ ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ ଯୁବକ ଓ ଯୁବତୀମାନେ ଯୋଗଦେଇଥିଲେ । ସେଥି ମଧ୍ୟରୁ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକରେ ହୋଇଥିବା ‘କ୍ୟାଚ ଦା ରେଇନ୍‌’ର ବିତର୍କ, ଚିତ୍ରାଙ୍କନ, କୁଇଜ୍‌, ରଚନା ଓ ଡିକ୍‌ଲାମେସନ୍ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ଉପସ୍ଥିତ ଥିବା ମୁଖ୍ୟ ଓ ସମ୍ମାନନୀୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ତଥା ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ