ଜାତୀୟସ୍ତରୀୟ ଓପନ କରାଟେ ପ୍ରତିଯୋଗିତାରେ ୩ଜଣ ପୁରସ୍କୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରୁ ଜାତୀୟସ୍ତରୀୟ ଓପନ କରାଟେ ପ୍ରତିଯୋଗିତାରେ ୫ଜଣ ଭଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ପୁରସ୍କୃତ ହୋଇଥିବା ଜଣାପଡିଛି । ଚଳିତ ମାସ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୧୧ ତମ ଜାତୀୟସ୍ତରୀୟ ଓପନ୍ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍ଲୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସନକୋଇ ତୁଓ ୟୁନିଅନ୍ ଇଣ୍ଡା ଏବଂ ଉତ୍କଳ କରାଟେ ସ୍କୁଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ୫ଗୋଟି ରାଜ୍ୟରୁ ପାଖାପାଖି ୬୦୦ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଗଜପତି ଜିଲ୍ଲା ତରଫରୁ ୫ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରି ୩ ଜଣ ପ୍ରତିଯୋଗିଙ୍କୁ ବିଭିନ୍ନ ବର୍ଗରେ ପଦକ ହାସଲ କରିଥିବାର ଜଣାପଡିଛି । ରାୟଗଡ ବ୍ଲକର ସୁମନ୍ତ କୁମାର ପଣ୍ଡା, ୮୪ କିଗ୍ରା, ପୁରୁଷ ଫାଇଟରେ ବ୍ରଞ୍ଜ ପଦକ ହାସଲ, କାଳିଆ ସେଠୀ ୭୫ କିଗ୍ରା ପୁରୁଷ ଫାଇଟରେ, ଏବଂ ବି. ଦିଲ୍ଲାପ ପାତ୍ର ୫୫ କିଗ୍ରା ପୁରୁଷ ଫାଇଟରେ କୃତୀତ୍ୱ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ