ଗଜପତି ଜିଲ୍ଲାର ୨୫ଜଣ ପ୍ରାଣୀ ଚିକିତ୍ସାଧିକାରୀଙ୍କ କଳାବ୍ୟାଜ ପରିଧାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସାତଟି ବ୍ଲକ ରହିଥିବା ୨୫ଜଣ ପ୍ରାଣୀ ଚିକିତ୍ସକ ସେମାନଙ୍କ ବିଭିନ୍ନ ଦାବି ନେଇ କଳା ବ୍ୟଜ ପରିଧାନ କରିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀ ଚିକିତ୍ସକ ମାନଙ୍କର ବିଭିନ୍ନ ଦାବି ପୁରଣ କରୁନଥିବାରୁ ଜିଲ୍ଲାରେ ଥିବା ସମସ୍ତ ଚିକିତ୍ସକ କଳା ବ୍ୟାଜ ପରିଧାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଦାବିଗୁଡିକ ହେଲା ମୁଖ୍ୟତଃ ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପ୍ରଦାନ କରିବା,ବିଭାଗକୁ ଜରୁରୀ କାଳୀନ ବିଭାଗ ମାନ୍ୟତା ସହିତ ମୌଳିକ ଭିତ୍ତିଭୁମି ଯୋଗାଇ ଦେବା,ଡିଜିଟାଲାଇଜେସନ ସେବା ପ୍ରଦାନ ସକାଶେ ଅତ୍ୟାଧୁନିକ ଉପକରଣ ସହିତ ଡାଟା ଏଣ୍ଟ୍ରି ଅପରେଟର ଯୋଗାଇ ଦେବା,ପ୍ରଣୀ ଚିକିତ୍ସକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ଆଦି ଦାବି ଗୁଡିକ ରହିଛି । ଗଜପତି ଜିଲ୍ଲା ସମସ୍ତ ପ୍ରାଣୀ ଚିକିତ୍ସକ ୨୦ ରୁ୨୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବେ ଓ କାର୍ଯ୍ୟରତ କରିବେ । ୨୭ ତାରିଖ ସୁଦ୍ଧା ସେମାନଙ୍କର ଦାବି ପୁରଣ ନ ହେଲେ ଅନଲାଇନ୍ କାର୍ଯ୍ୟ ଗୁଡିକ ବନ୍ଦ ରହିବ ବୋଲି ପ୍ରାଣୀ ଚିକିତ୍ସକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସବାପତି ଡଃ. କାମେଶ୍ୱର ରେଡ୍ଡି,ଉପସଭାପତି ଡଃ.ଅମିତ ପଟ୍ଟନାୟକ,ସମ୍ପାଦକ ଡଃ.ପ୍ରଶାନ୍ତ ସାମଲ,ସହସମ୍ପାଦକ ଡଃ.ଅରବିନ୍ଦ ବେହେରା ଏହିଭଳି ଗଜପତି ଜିଲ୍ଲାର ୨୫ଜଣ କାର୍ଯ୍ୟରତ ଥାଇ କଳା ବ୍ୟାଜ ପରିଧାନ କରି ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।


