ଗଜପତି ଜିଲ୍ଲା ଭାଜପାର ନୂତନ କର୍ମକର୍ତ୍ତା ଘୋଷଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଭାଜପାର ନୂତନ କର୍ମକର୍ତ୍ତା ଘୋଷଣା ହୋଇଛି । ଏନେଇ ଗଜପତି ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ରାଜ୍ୟ ଭାଜପା ସଂଗଠନର ଅନୁମୋଦ ପରେ ଗଜପତି ଜିଲ୍ଲା ସାଂଗଠନିକ ତାଲିକା ଘୋଷିତ ହୋଇଛି । ଏଥିରେ ଜିଲ୍ଲା ଉପସଭାପତି ଭାବେ ୮ଜଣ, ସାଧାରଣ ସମ୍ପାଦକ ଭାବେ ୩ଜଣ, ସମ୍ପାଦକ ଭାବେ ୮ଜଣ, କୋଷାଧ୍ୟକ୍ଷ ଭାବେ ଜଣେ ଏବଂ ବିଭିନ୍ନ ମୋର୍ଚ୍ଚାର ସଭାପତି ଭାବେ ୮ଜଣ ନିଯୁକ୍ତି କରାଯାଇଛି । ସେମାନେ ହେଲେ ଜିଲ୍ଲା ଉପସଭାପତି ଭାବେ ସି.ଏଚ୍‌.ତାରକେଶ୍ୱରୀ, ନନ୍ଦିନୀ ସାମଲ, ଉମାକାନ୍ତ ବେହେରା, ନବକିଶୋର ଶବର, ସି.ଏଚ୍‌.ସିମାଦ୍ରୀ, ବିଭୂତିଭୂଷଣ ବେହେରା, ଜଗନ୍ନାଥ ମହାପାତ୍ର ପ୍ରମୁଖ । ସାଧାରଣ ସମ୍ପାଦକ ଭାବେ ନୃସିଂହ ଚରଣ ପଟ୍ଟନାୟକ, କାମଦେବ ବଡନାୟକ ପ୍ରମୁଖ । ସେହିପରି ସମ୍ପାଦକ ଭାବେ ଜେ.ଭାରତୀଆମ୍ମା, କେ.ପୁଣ୍ୟବତୀ, ମମତା ବେହେରା, ବନ୍ଦନା ବଡମୁଣ୍ଡି, କେ.ମୁକୁନ୍ଦ ରାଓ, ଅପ୍ସନା ସୁରେଶ କୁମାର, ଦିବାକର ପ୍ରଧାନୀ, ମୋନଜ ପାଇକ ପ୍ରମୁଖ । ସେହିପରି ବିଭିନ୍ନ ଜିଲ୍ଲା ମୋର୍ଚ୍ଚାର ସଭାପତି ଭାବେ ଯଥା ଯୁବ ମୋର୍ଚ୍ଚାର ସନ୍ତୋଷ ଜେନା, ମହିଳା ମୋର୍ଚ୍ଚାର ପଟନୁରୁ ଲତା, କୃଷକ ମୋର୍ଚ୍ଚାର ପ୍ରଶାନ୍ତ କୁମାର ପାଳ, ପଛୁଆବର୍ଗ ମୋର୍ଚ୍ଚାର ପିନିଣ୍ଟି କିରଣ, ଅନୁସୁଚିତ ଜନଜାତି ମୋର୍ଚ୍ଚାର ପ୍ରଦୀପ ହରିଚନ୍ଦନ, ଆଇନ ସେଲ୍‌ର ମଣ୍ଡଳମ ସୁବାସ ପ୍ରମୁଖ ନିଯୁକ୍ତ ହୋଇଛନ୍ତି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାସ୍ତରୀୟ ଦଳୀୟ ପଦାଧିକାରୀ ମାନେ ଭାଜପାର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଭ୍ରୃଗୁବକ୍ସି ପାତ୍ର ଏବଂ ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଦଳକୁ ଅଧିକ ସୁଦୃଢ କରିବା ନିମନ୍ତେ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ