ଭାରତ ସରକାରଙ୍କ ‘ଲକ୍ଷ୍ୟ’ ପ୍ରମାଣପତ୍ର ପାଇଲା ଗଜପତି ଜିଲ୍ଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ‘ଲକ୍ଷ୍ୟ’ ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପ୍ରଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା ପରିବାର ଏବଂ ସ୍ୱାସ୍ଥ୍ୟ ବର୍ହିବିଭାଗ, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଆମ ଜିଲ୍ଲା ପାଇଁ ଏକ ଗୌରବର କଥା ଯେ ୧୦୫ ବର୍ଷର ଅଥକ ପରିଶ୍ରମ ଆମକୁ ଭାରତ ସରକାରଙ୍କର ଏହି ସମ୍ମାନସ୍ପଦ ସ୍ୱକୃତ ପତ୍ର ପ୍ରାପ୍ତ ହୋଇଛି । ଦେଢବର୍ଷର କଠିନ ପରିଶ୍ରମ (୨୦୧୯-୨୦) ୪ଟି ପର୍ଯ୍ୟାୟ ଦେଇ ଗତି କରିଥିଲା । ଯଥା ପ୍ରସ୍ତୁତି ପର୍ଯ୍ୟାୟ ୨ମାସ, ମୁଲ୍ୟାଙ୍କନ ପର୍ଯ୍ୟାୟ ୨ମାସ, ଉନ୍ନତି କରଣ ପର୍ଯ୍ୟାୟ (୧୨ ମାସ ଏବଂ ପରିଶେଷରେ ଜାତୀୟ ସ୍ଥରରୁ ମୂଲ୍ୟାଙ୍କନକାରୀ ମାନେ ଆସି ମୂଲ୍ୟାଙ୍କନ ୧ଏବଂ ୨ ମାର୍ଚ୍ଚରେ କରିଥିଲେ । ଜିଲ୍ଲାର ସ୍ୱଳ୍ପ ଉତ୍ସର୍ଗୀକୃତ ଫଳ ଯେଉଁଥିରେ ପୂର୍ବତନ ଏଡିଏମ୍ଓ (ମେଡିକାଲ) ଏବଂ ବର୍ତ୍ତମାନର ସିଡିଏମ୍ଓ ଡାକ୍ତର ପ୍ରଦିପ କୁମାର ପାତ୍ର, ସ୍ତ୍ରୀ ଏବଂ ପ୍ରସୂତି ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଡାକ୍ତର ପ୍ରଦୀପ କୁମାର ପଣ୍ଡା, ଆରବିଏସ୍କେର ପରିଚାଳକ, ଜିଲ୍ଲା ସଂଯୋକ ବିଏସ୍କେୱାଇ ଏବଂ ଅନ୍ୟମାନଙ୍କର ଅବଦାନ ରହିଛି । ପୂର୍ବତନ ସମଡିଏମ୍ଓ ଡାକ୍ତର ଗୁନୁରାଣୀ ପଟ୍ଟନାୟକଙ୍କ ଅବଦାନ ଏହି “ଲକ୍ଷ୍ୟ” ପାଇଁ ଅତୁଳନୀୟ । ନୀତି ଆୟୋଗର ‘ଆକାଂକ୍ଷା’ ଜିଲ୍ଲାର କମ୍ପୋଜିଟ୍ ସ୍କୋରିଂରେ ‘ଲକ୍ଷ୍ୟ’ ପ୍ରମାଣପତ୍ର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିମାପକ ଅଟେ । ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନରେ ପ୍ରସୂତି ଗୃହ ୯୨% ଏବଂ ମାତୃ ଅପରେସନ୍ ଗୃହ ୯୩% ଅର୍ଜନ କରିଥିଲା । ଏତଦ୍ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ପ୍ଲାଟିନମ୍ ବ୍ୟାଜ୍ ହାସଲ କରିବାରେ ସକ୍ଷମ ହୋଇଥିଲା । ଏହି ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସିଡିଏମ୍ଓ ଡାକ୍ତର ପ୍ରଦୀପ କୁମାର ପାତ୍ର, ଅନ୍ଲାଇନ୍ର ଅତିଥି ବୃନ୍ଦ ମଧ୍ୟ ଯୋଗଦାନ କରିଥିଲେ । ଅନଲାଇନ୍ରେ ଅତିଥିମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ନୀତି ଆୟୋଗର ଜାତୀୟ ପ୍ରଭାରୀ ଅଧିକାରୀ ସଂଜୀବ କୁମାର ଚଡ୍ଡା, ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଭୁବନେଶ୍ୱରର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡ. ଦୀପା ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫ ଜଣଙ୍କୁ ସେମାନଙ୍କ ବିଶେଷ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ସେମାନେ ହେଲେ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ, ଡି.ପି.ଏମ୍. ଗଜପତି ସୌମ୍ୟାରାଣୀ ଗୌଡ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଡାକ୍ତର ପ୍ରଦୀପ କୁମାର ପଣ୍ଡା, ପ୍ରସୂତି ଗୃହର ଷ୍ଟାଫ ନର୍ସ ଅନୀତା ପାତ୍ର ଏବଂ ମାତୃ ଅପରେସନ୍ ଥିଏଟରର ଷ୍ଟାଫ ନର୍ସ ମମତା ରାଉଳ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡିପିଏମ୍ ସୁଶ୍ରୀ ଗୌଡ ପରିଚାଳନା କରିଥିଲେ ।


