ଗଜପତି ଜିଲ୍ଲା ଯୁବ କଂଗ୍ରେସର ପୂର୍ଣ୍ଣାଙ୍ଗ କମିଟି ଘୋଷଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଯୁବ କଂଗ୍ରେସର ପୂର୍ଣ୍ଣାଙ୍ଗ କମିଟି ଘୋଷଣା ହୋଇଛି । ଯୁବ କମିଟିରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଭାବେ ମୋଟ ୧୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଦୁଇଜଣ ଉପସଭାପତି, ୬ ଜଣ ସାଧାରଣ ସଂପାଦକ, ଆଠ ଜଣ ସଂପାଦକ ନିଯୁକ୍ତ ହୋଇଥିବା ଜଣାପଡିଛି । କମିଟିରେ ଜିଲ୍ଲା ଉପସଭାପତି ଭାବେ ରିଙ୍କୁ ପାଣି ଓ ସମ୍ପତ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ସାଧାରଣ ସଂପାଦକ ଭାବେ ଗବରିୟଲ ଲିମା, କେ.ତେଜେଶ୍ୱର ରାଓ, ଆବସୁଲମ ରଇତ, ନିତ୍ୟାନନ୍ଦ ଗମାଙ୍ଗ, ହେମନ୍ତ ମଣ୍ଡଳ ଓ ଶଙ୍କର ଡୌଡଙ୍କୁ ନିଯୁକ୍ତି ଦିଆଯାଇଛି । ସମ୍ପାଦକ ଭାବେ ହେମା ମଣ୍ଡଳ, ନମିତି ମଣ୍ଡଳ, ଏସ୍. ଗଣେଶ, ମୋହନ କୁମାର ମିଶ୍ର, ମାର୍କା ଗମାଙ୍ଗ, ନଳୀନିକାନ୍ତ ପୋଟାଡୋଳିଆ, ସମିୟା ଗମାଙ୍ଗ ଓ ଦେବାଶିଷ କହଁରଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇନ ପରାମର୍ଶଦାତା ଭାବେ ଆଡବୋକେଟ ସତ୍ୟନାରଣ ପାଢୀ ନିଯୁକ୍ତ ହୋଇଛନ୍ତି । ସେହିଭଳି ପାରଳାଖେମୁଣ୍ଡି ଟାଉନ ସଭାପତି ଭାବେ ସୁମିତ କୁମାର ପାତ୍ର ଓ କାଶୀନଗର ଟାଉନ ସଭାପତି ଭାବେ କେ.ରଣଜିତ କୁମାର, ମୋହନା ବ୍ଲକ ସଭାପତି ଭାବେ ଦେବାଶିଷ ମଲ୍ଲିକ, ଆର୍.ଉଦୟଗିରି ବ୍ଲକ ସଭାପତି ଭାବେ ମିଶିୟା ମାଳି, ନୂଆଗଡ ବ୍ଲକ ସଭାପତି ଭାବେ ଜେରମାୟା ରଇତ, ରାୟଗଡ ବ୍ଲକ ସଭାପତି ଭାବେ ବିବେକାନନ୍ଦ ଶବର, ଗୁମ୍ମା ବ୍ଲକ ସଭାପତି ଭାବେ ମଣ୍ଟୁ ପାଣି, ଗୋଷାଣୀ ବ୍ଲକ ସଭାପତି ଭାବେ ସୁବାସ ଶବର, କାଶୀନଗର ବ୍ଲକ ସଭାପତି ଭାବେ ଏସ୍.ଶଙ୍କର ରାଓ ନିଯୁକ୍ତ ହୋଇଛନ୍ତି । ସମସ୍ତ ନବନିଯୁକ୍ତ କର୍ତ୍ତାମାନେ ଜିଲ୍ଲ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରୟଣ ପାତ୍ର, ବ୍ରହ୍ପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କୁ କୃତଜ୍ଞତା ଜଣାଇଛନ୍ତି ।


