ଗଞ୍ଜାମକୁ ୬ ଜାତୀୟ ପଚାଂୟତ ଆୱାର୍ଡ ମିଳିଲା

ଛତ୍ରପୁର, (ଦେବଦତ୍ତ ମହାରଣା) :-କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲାର ଦୁଇ ବ୍ଲକ ଓ ୪ ପଞ୍ଚାୟତକୁ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୦୨୨ ବର୍ଷରେ ଜାତୀୟ ପଞ୍ଚାୟତ ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି । ଜିଲାର ହିଞ୍ଜିଳି ବ୍ଲକ,ଶେରଗଡ ବ୍ଲକ ,ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ଭାବେ ପୁରସ୍କତ ହୋଇଛନ୍ତି । ସେହିପରି ଗଞ୍ଜାମ ବ୍ଲକର କାଇଁଚପୁର ଗ୍ରାମ ପଚାଂୟତ କୁ ଚାଲ୍ଡି ଫେଣ୍ଡଲି ଗ୍ରାମ ପଞ୍ଚାୟତ ଓ ମହୁପଦର ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୈାରବ ଗ୍ରାମସଭା ଭାବେ ପୁରସ୍କୃତ ହୋଇଥିଲେ । ଏହି ସବୁଟିମ କୁ ଆଜି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଆୱାର୍ଡ ଗୁଡିକୁ ସଂପୃକ୍ତ ବିଡିଓ ଓ ସରପଂଚ ପ୍ରଦାନ ମାନଙ୍କୁ କରିଛନ୍ତି । ଏଥିସହ ଏହି ଟିମକୁ ପ୍ରଶଂସା କରିବା ସହ ଆଗାମି ଦିନରେ ମଧ୍ୟ ଆହୁରି ଭଲ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବୋରାସିଙ୍ଗ ପଞ୍ଚାୟତକୁ ମଧ୍ୟ ଜିଲାପାଳ ପ୍ରଶଂସା କରିଥିଲେ । ଉକ୍ତ ପଞ୍ଚାୟତ ମଧ୍ୟ ଶିଶୁ ଅନୁକୂଳ ପଞ୍ଚାୟତ ବର୍ଗରେ ଜାତୀୟ ପୁରସ୍କାର ପାଇଥିଲା । ରିର୍ପୋଟ ଅନୁସାରେ ଦେଶରେ ୨ ଲକ୍ଷ ୫୫ ହଜାର ୩୬୨ ଟି ପଞ୍ଚାୟତ ରହିଛି । ବିଭିନ୍ନ ପ୍ରତିବନ୍ଧକ ଓ ସମସ୍ୟା ସତ୍ୱେ ଦେଶରେ ଅନେକ ପଞ୍ଚାୟତ ଭଲ କାମ କରୁଛନ୍ତି । ଏହିଭଳି ପଞ୍ଚାୟତ ଗୁଡିକୁ ଚିହ୍ନଟ ହୋଇ ପୁରସ୍କୃତ ହୋଇଥାନ୍ତି । ଏହି ଆୱାର୍ଡ ପ୍ରଦାନ ବେଳେ ପିଡି ଡିଆରଡିଏ ସିନ୍ଧେ ଦତାତ୍ରେୟ ଭାଉସାହେବ, ଏପିଡି ଜ୍ୟୋତି ଶଙ୍କର ରାୟ, ଡିପିଓ ଗୁରୁଭା ସିଂ, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଡିପିଏମ ଦିପକ କୁମାର ପାତ୍ର, ହିଞ୍ଜିଳି ବିଡିଓ ସୁବ୍ରତ କୁମାର ଜେନା, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଶେରଗଡ ବିଡିଓ ସମ୍ବୁନାଥ ନନ୍ଦୀ, ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ମହୁପଦର ପଞ୍ଚାୟତ ସରପଂଚ ଟୁକୁନା ଦାସ, ପିଇଓ ଜି.ରବି କୁମାର, କେଳୁଆପଲ୍ଲୀ ପଞ୍ଚାୟତ ର ସରପଂଚ ଅରୁଣ କୁମାର ନାୟକ, ପିଇଓ ସମୀର କୁମାର ମିଶ୍ର, ସାରୁ ପଞ୍ଚାୟତ ର ସରପଂଚ ନିଳାଚଂଳ ସାହି ,ପିଇଓ ଏସ.ରାଜେଶ କୁମାର ରାଓ,କାଇଁଚପୁର ସରପଂଚ ଆର.ଚନ୍ଦନା ରେଡି,ପିଇଓ କେ.ପଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ