ଗଞ୍ଜାମରେ ୩୧ ଜୁଲାଇ ଯାଏ ଗାଡି ଚଳାଚଳ ଉପରେ କଟକଣା
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମରେ ୩୧ ଜୁଲାଇ ଯାଏ ଗାଡି ଚଳାଚଳ ଉପରେ କଟକଣା କୃଷି, ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି କଟକଣାରୁ ବାଦ, ବୟସ୍କ ଘରେ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ଆସନ୍ତା ୩୧ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ଗାଡି ଚଳାଚଳ ଉପରେ କଟକଣା । ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ । କେବଳ କୃଷି, ସାମଗ୍ରୀ ପରିବହନ ଏବଂ ସ୍ୱାସ୍ଥ୍ୟ ସେବାକୁ କଟକଣାରୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଜୁଲାଇ ୧ ତାରିଖରୁ ୩୧ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ଏହି କଟକଣା ଲାଗୁ କରାଯାଇଛି । ଜନସାଧାରଣଙ୍କୁ ଏଥିପ୍ରତି ସହଯୋଗ କରିବାକୁ ନିବେଦନ କରାଯାଇଛି । ସମସ୍ତ ଲୋକ ନିଜ ନିଜ ସ୍ଥାନରେ ରହିବା ଏବଂ ଗୋଟିଏ କିଲୋମିଟରରୁ ଅଧିକ ସ୍ଥାନ ନଯିବାକୁ ଅନୁରୋଧ କରିଛି ଗଂଜାମ ଜିଲ୍ଲା ପ୍ରଶାସନ ।ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।ଜରୁରୀକାଳୀନ ପରିସ୍ଥିତି ନ ହେଲେ ଦୟାକରି ଯାତ୍ରା କରନ୍ତୁ ନାହିଁ ।କେବଳ ଘରେ କିମ୍ବା ଆପଣଙ୍କ କର୍ମକ୍ଷେତ୍ରରେ ରୁହନ୍ତୁ । ସାମାଜିକ ଦୂରତା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ବାହ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ ।ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଆଜି ଟୁଇଟ୍ କରି ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । କାରଣ ଜିଲ୍ଲାରେ ୧୪୦୦ରୁ ଅଧିକ ଲୋକ ଏହି କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏହା ବ୍ୟତୀତ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।


