ଗଞ୍ଜାମ ଆଞ୍ଚଳିକ ପରିଵହନ କାର୍ଯ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ମୁଖ୍ୟ ଡ୍ରାଇଭର ଦାମୋଦର ବେହେରା ଓ ପିଅନ କୀର୍ତନ ସେଠି ଆଜି ନିଜ କାର୍ଯ୍ୟରୁ ଅବସର ନେଇଥିବାରୁ ସେମାନଙ୍କୁ ଆଜି କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଗଞ୍ଜାମ ଆଞ୍ଚଳିକ ପରିଵହନ ଅଧିକାରୀ ମାନସ ରଞ୍ଜନ ସାହୁ, ଅତିରିକ୍ତ ଆଞ୍ଚଳିକ ପରିଵହନ ଅଧିକାରୀ ସନ୍ତୋଷ କୁମାର ସାହୁ ଓ କେ. ଭେଙ୍କେଟେସ, ଏମଭିଆଇ ରବୀନ୍ଦ୍ର ନାଥ ଜେନା, ଜୁନିଅର ଏମଭିଆଇ ରତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କ କାର୍ଯ୍ୟଶୈଳୀ କୁ ପ୍ରଶଂସା କରିବା ସହିତ ସେମାନେ ନିରପେକ୍ଷ ଭାବେ ସେବା ପ୍ରଦାନ କରିଥିବା କହିଥିଲେ l ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟାଳୟର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


