୪ସନ୍ଦିଗ୍ଧ ଯୁବକ ଗିରଫ, ଖଣ୍ଡା, ଭୁଜାଲି, ଠେଙ୍ଗା, ମୋବାଇଲ ଫୋନ ସହ କାର୍ ଜବତ

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ରତ୍ନ ପଥର ବ୍ୟବସାୟରେ ସ°ଶ୍ଳିଷ୍ଟ ୪ ଯୁବକ ଥିବା ୪ ଯୁବକ ଅଘଟଣ ଘଟାଇବା ପୂର୍ବରୁ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ନିକଟସ୍ଥ ଏକ ଲଜ୍‌ ନିକଟରୁ ଗିରଫ କରିଛି । ଗିରଫ ଯୁବକ ମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଭୁଜାଲି, ଠେଙ୍ଗା , ୪ଟି ମୋବାଇଲ ଫୋନ୍ ସମେତ ସେମାନେ ବ୍ୟବହାର କରୁଥିବା ଏକ କାର୍(ଓଡି୦୨ ସିଡି ୪୬୩୧)କୁ ଜବତ କରିଛି । ଗିରଫ ଯୁବକ ମାନେ ହେଲେ ଭଦ୍ରକ ଅଞ୍ଚଳର ସନ୍ଦିପ ସାହୁ(୩୧), ସନ୍ତୋଷ ପୃଷ୍ଟି(୨୯), ଖୋର୍ଦ୍ଧା ଟାଉନ୍ ଅଞ୍ଚଳର ସୂର୍ଯ୍ୟ ନାରାୟଣ ଜେନା (୩୨)ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳର ବଚନ ମହାଙ୍କୁଡ(୨୫)। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୧୫/୨୪ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ସହର ଉପକଣ୍ଠ ଏକ ଲଜ୍ ନିକଟରେ ଏକ କାର ସହ ୪ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସହ ଶ୍ୟାମଳାଇ ଛକ ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ୍ବରେ ଛିଡା ହୋଇଥିଲେ। ସଂପୃକ୍ତ ଯୁବକ ମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରି ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଗିରଫ ଯୁବକ ମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ତଦନ୍ତ ସମୟରେ ସଂପୃକ୍ତ ଯୁବକ ମାନେ ରତ୍ନ ପଥର ବ୍ୟବସାୟ କରୁଥିବା ସହ ନିକଟସ୍ଥ ଅଞ୍ଚଳର ଜୈନିକ ରତ୍ନ ପଥର ବ୍ୟବସାୟୀଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ରତ୍ନ ପଥର ଓ ହନୁମାନ ମୁଦ୍ରା କାରବାରରେ ଲିପ୍ତ ଥିବା ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି । ବିଭିନ୍ନ ସମୟରେ ଏଭଳି ବେଆଇନ ଆର୍ଥିକ କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀ ବା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ପୂର୍ବରୁ ନଜିର ରହିଛି । ଚଢାଉରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, କନେଷ୍ଟବଳ ସରୋଜ ରଣସିଙ୍ଗ, ଦଣ୍ଡପାଣି ମଳିକ, ବିରେନ୍ଦ୍ର ମଣ୍ଡଳ, କୃଷ୍ଣ ଚନ୍ଦ୍ର ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ