ଗଞ୍ଜାମ ଏନଏସିରେ ସ୍ୱାୟତ ଶାସନ ଦିବସ ପାଳିତ

ଗଂଜାମ, (ବିନୋଦ ପଲେଇ):ଗଂଜାମ ଏନଏସିରେ ସ୍ୱାୟତ ଶାସନ ଦିବସ ପାଳିତ ହୋଯାଇଛି। ଏନଏସିର ଅଧ୍ୟକ୍ଷ ପ୍ରତିଭା ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଏହି ସହର ଇତିହାସ ଆମକୁ ଆଗକୁ ବଢ଼ିବାର ଦିଗଦର୍ଶନ ଦେଇଛି। ଆଜିର ଦିବସରେ ସମସ୍ତ ମତଭେଦକୁ ଦୂର କରି ସବୁଜ ସୁନ୍ଦର ଓ ବିକାଶ ସହରରେ ପରିଣତ କରିବାକୁ ସମସ୍ତେ ସଂକଳ୍ପ ବଧ ହେବା ପାଇଁ ଆହ୍ବନ ଦେଇଥିଲେ। ସମ୍ମାନିୟ ଅତିଥି ରୂପେ ଗ୍ରାସିମ ଇଣ୍ଡୋଷ୍ଟିଜର ଆଡ଼ମିନ ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି, ଏଚଆର ମୁଖ୍ୟ ନିରଜ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ଜଗବନ୍ଧୁ ଦାସ ଯୋଗ ଦେଇଥିଲେ। ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ,ସଂଯୁକ୍ତା ଦାସ, ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ପି.ଚନ୍ଦ୍ର ଶେଖର, ସଂଯୁକ୍ତା ଦାସ,ରୀନାରାଣୀ ମହାରଣା, ସବିତା ବେହେରା, ମହାଲକ୍ଷ୍ମୀ ନାୟକ, ସୁଜାତା ମହାନ୍ତି, ମଞ୍ଚାସିନ ଥିଲେ। ପ୍ରାମ୍ଭରେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଅରୁଣ କୁମାର ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ଜଗବନ୍ଧୁ ଦାସ, ଶ୍ରେଷ୍ଠ ଅଙ୍ଗନାବାଡି ରୂପେ ବବିତା ପଣ୍ଡାଙ୍କ ସମେତ , ସ୍ୱଚ୍ଛ ସାଥି, ଜଳ ସାଥି , ସଫେଇ କର୍ମଚାରୀ, ଟେକ୍ସ କଲକଟେର,ମାଟ୍ରିକ ଓ ଯୁକ୍ତଦୁଇ ଟପ୍ପର ବିଦ୍ୟାର୍ଥିଙ୍କୁ ସମ୍ମାନିତ କରାଯାଇଥିଲା । ଏବଂ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତତସହିତ ଛଅ ଜଣଙ୍କୁ ବିଧବା ଭତା, ଦୁଇ ଜଣଙ୍କୁ ଭିନ୍ନକ୍ଷମ ଭତା, ଆଠ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେଲ୍ଫି ପଏଣ୍ଟ , ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସିଏମ୍ଏମ୍ ଭାଗ୍ୟଶ୍ରୀ ନାୟକ, ସିଓ ସ୍ୱପ୍ନାରାଣୀ ମହାପାତ୍ର, ଆକାଉଣ୍ଟ ଦୀପ୍ତିରଂଜନ ପୃଷ୍ଟି, ଟେକ୍ସକଲଟର ସତ୍ୟବାଦୀ ବାରିକ ସଂଯୋଜନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ବିଷ୍ଣୁପ୍ରିୟା ସାବତ ,ବିରେନ ମହାପାତ୍ର, ପଦ୍ମ ସାହୁ, ଉତ୍ତମ ବେହେରା,ଶଙ୍କର ରାଓ ଲକ୍ଷ୍ମୀ ପାଢ଼ୀ, ଅଜୟ ପଣ୍ଡା, ଟୁଟୁ ମହାପାତ୍ର ନବବେହେରା , ରେଡି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ର ବିଦ୍ୟାର୍ଥିଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆରମ୍ଭରେ ସହରରେ ଥିବା ସମସ୍ତ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ