ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ଶ୍ରମ ମନ୍ତ୍ରୀ ଓ ନିଜ ସମାଜର ନିର୍ବାଚିତ ଲୋକପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଲକ୍ଷ୍ମଣପଲ୍ଲୀ ଗ୍ରାମରେ ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିସହ ରାଜଶ୍ରୀ ବଳାସୀ ସମାଜର ୧୦୯ ଜଣ ବ୍ୟକ୍ତି ବିଶେଷ ବିଭିନ୍ନ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ସମର୍ଦ୍ଧାନ ପ୍ରଦାନ କରାଯାଇଥିଲା। ସେପ୍ଟେମ୍ବର ୧ ତାରିଖ ଦିନ ସଭାପତି ମଙ୍ଗୁଳୁଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ରାଜଶ୍ରୀ ବଳାସୀ ସମାଜର ନିର୍ବାଚିତ ଲୋକପ୍ରତିନିଧି ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ ନଂ ୫ ସଦସ୍ୟ ବଳରାମ ପ୍ରଧାନ, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ନିମିନା ସରପଞ୍ଚ ମାମା ସାହୁ ଓ ସମିତି ସଭ୍ୟା ଉଷାରାଣୀ ସାହୁ, ଖଣ୍ଡୁରୁ ସମିତି ସଭ୍ୟା ପ୍ରମୋଦିନୀ ସାହୁ, କଳମ୍ବ ସରପଞ୍ଚ ଗୀତାଞ୍ଜଳୀ ସାହୁ ଓ ସମିତି ସଭ୍ୟ ପ୍ରସାଦ କୁମାର ସାହୁ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟା, ଏନଏସି କାଉନସିଲର ଓ ସମବାୟ ସମିତିର ସଭାପତି ଓ ସଦସ୍ୟ ବୃନ୍ଦଙ୍କୁ ମିଶାଇ ମୋଟ ୧୦୯ ଜଣ ଲୋକପ୍ରତିନିଧିଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମହମାନ୍ୟ ନାୟକ ବିକ୍ରମ ସାହୁ ଓ ହରିହର ପ୍ରଧାନ ଏବଂ ପାତ୍ର ସଂଜୟ କୁମାର ସାହ ମଧ୍ୟ ଯୋଗଦେଇଥିଲେ। ରାଜଶ୍ରୀ ବଳାସୀ ସମାଜକୁ କେନ୍ଦ୍ର ସରକାର ପଛୁଆବର୍ଗ ଜାତିର ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଦିନବନ୍ଧୁ ସାହୁ, ସମ୍ପାଦକ ଡକ୍ଟର ସାହୁ, ସହ ସମ୍ପାଦକ ରାମଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ରତ୍ନାକର ସାହୁ, ରଘୁନାଥ ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସତ୍ଯବାଦୀ ସାହୁ, ତ୍ରିନାଥ ବେହେରା, କମଳଲୋଚନ ସାହୁ, ଗୋବିନ୍ଦ ସାହୁ, ଉତ୍ସବ ପ୍ରଧାନ, ଜୟରାମ ସାହୁ, ପ୍ରଦୀପ ପ୍ରଧାନ, ନୀଳମାଧବ ପ୍ରଧାନ, ମଧୁସୂଦନ ସାହୁ, ମିଟିକ ପ୍ରଧାନ, କାଳୁ ଚରଣ ପ୍ରଧାନ ମଞ୍ଚାସୀନ ଥିଲେ। ପୂର୍ବତନ ସମ୍ପାଦକ ଚନ୍ଦ୍ରଶେଖର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।ସମାଜର ସମସ୍ତ କୂଳ ପାଇକ ଓ କର୍ମକର୍ତ୍ତା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ