ରାଷ୍ଟ୍ରୀୟ ଡ୍ରାଇଭର ଦିବସରେ ଗଂଜାମ ଶାଖାର ସଚେତନତା ଓ ବୃକ୍ଷ ରୋପଣ

ଗଞ୍ଜାମ, (ବିନୋଦ ପଲେଇ):ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଅବସରରେ ଓଡିଶା ଡ୍ରାଇଭର ମହାସଂଘ ର ଗଞ୍ଜାମ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଏକ ସଚେତନତା କର୍ମଶାଳା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ବ୍ଲକ ଡ୍ରାଇଭର ମହାସଂଘ ସଭାପତି ନରେନ୍ଦ୍ର ଚଣ୍ଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଧରଣୀ ଧର ସାହୁ, ସମ୍ପାଦକ ବବୂଲ ସାହୁ ଓ କୋଷାଧକ୍ଷ ପ୍ରସନ୍ନ କୁମାର ଛଟେଇ ପ୍ରମୁଖ ଯୋଗ ଦେଇ ବଡ଼ ଗାଡି ଚଲାଇବା ବେଳେ ସିଲଟ ବେଲ୍ଟ , ଦୁଇ ଚକିଆ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ସହ ମଦ୍ୟ ପାନ ନକରି ଚଳାଇବାକୁ ପରାମର୍ଶ ଦେଇଥିଲେ। ତତ ସହିତ ଡ୍ରାଇଭର ମାନଙ୍କ ସୁରକ୍ଷା ନେଇ ବିନା ଭୁଲରେ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ଡ୍ରାଇଭର ମାନଙ୍କ ପାଇଁ ଶୌଚାଳୟ ଓ ବିଶ୍ରାମ ଗାର ପ୍ରତି ୧୦ କିମି ଅନ୍ତରରେ ନିର୍ମାଣ କରିବା, ୫୫ ବର୍ଷ ପରେ ଡ୍ରାଇଭର ମାନଙ୍କ ପେନସନ ବ୍ୟବସ୍ଥା, ଦୁର୍ଘଟଣା ରେ ଆହତ ଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଓ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଆଦି ଦାବୀକୁ ସରକାର ତୁରନ୍ତ କାର୍ଯ୍ୟକାରୀ କାରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ କେକ କାଟିବା ସହ ବୃକ୍ଷ ରୋପଣ ସହ ଜାତୀୟ ରାଜପଥ (୧୬) ରେ ଯାଉଥିବା ଟ୍ରକ ଗୁଡ଼ିକୁ ଅଟକାଇ ମାଗଣାରେ ଖାଇବାକୁ ଡେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଡ୍ରାଇଭର ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ