ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ହିଞ୍ଜିଳିକାଟୁ ଗସ୍ତ : ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ସାକାର କରିବାକୁ ଗୁରୁତ୍ୱାରୋପ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଜିଲ୍ଲା ପରିଷଦ ଉନ୍ନ୍ରୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ. ଭି.କିର୍ତ୍ତିଭାସନ କାର୍ଯ୍ୟଭାର ଗ୍ରହଣ କରିବା ପରେ ରବିବାର ପ୍ରଥମ କରି ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି । ପ୍ରଥମେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଉନ୍ନ୍ରୟନ ଅଧିକାରୀଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଏନ. ରଘୁନାଥ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗିତାଞ୍ଜଳି ଓ ଅନ୍ୟାନ ଜନ ପ୍ରତିନିଧି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପରେ ସଭାକକ୍ଷ ମଧ୍ୟରେ ଆୟୋଜିତ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବରୁ ଚାଲିଥିବା ଥିବା ଉନ୍ନୟନ ପ୍ରକଳ୍ପ ଗୁଡିକୁ ଦେଥି ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ସାକାର କରିବା ପାଇଁ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ । ସେଠାରୁ ପୌର ପରିଷଦ କାର୍ଯ୍ୟାଳରେ ପହଂଚିଥିଲେ । ପୌରାଧ୍ୟକ୍ଷ ସୁବାଷଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ଓ ନିର୍ବାଚିତ କାଉନସିଲର, ପୌର କର୍ମଚାରୀ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୌର କାର୍ଯ୍ୟାଳୟ ସଭା ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରର ବହୁବିଧ ଉନ୍ନୟନ ପ୍ରକଳ୍ପ ଗୁଡିକର ସଫଳତା ଓ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଶୀର୍ଷସ୍ତରରେ ପହଂଚାଇବା ପାଇଁ ମିଳିତ ପ୍ରୟାସ ଓ ପୁର୍ଣ୍ଣ ସହଯୋଗ ଉପରେ ଉଭୟ ଅଧିକାରୀ ଆଶା ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ସାମିଲ ଥିବା ଆଦର୍ଶ ପୌର ପରିଷଦ ଓ ସହରବାସୀଙ୍କ ଆବଶ୍ୟକତା ପୂରଣ ଦିଗରେ ଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ସର୍ବଦା ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବାନନ୍ଦ ମହାପାତ୍ର, ନୃସିହ ପ୍ରସାଦ ପଟ୍ଟନାୟକ, ପ୍ୟାରୀମୋହନ ପାଢିଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ