ସାମାଜିକ କର୍ମୀମାନଙ୍କ ଦ୍ୱାରା କରୋନା ସଚେତନତା

ରମ୍ଭା,(ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟ। ପଞ୍ଚାୟତ ଅଧିନସ୍ଥ କଣ୍ଟାପଡା ମଠମୁକୁନ୍ଦପୁର ଗ୍ରାମ ଏବଂ ସାନ ରାମଚନ୍ଦ୍ରପୁର ପଞ୍ଚାୟତର କାଠଛାଲିଆ,ଅଇଁଠାବଣ ,ଧର୍ମଶରଣପୁର ଓ ରମ୍ଭା ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସାମାଜିକ କର୍ମୀମାନେ ଜନସାଧାରଣମାନଙ୍କୁ କରୋନା ସଚେତନତା ସହ ମାସ୍କ ବଣ୍ଟନ ଏବଂ ବୁଲା ଗାଈ ଗୋରୁ, ଷଣ୍ଢ ମାନଙ୍କୁ ଘାସ, ପାଳ, କଞ୍ଚା ପରିବା ଖାଇବାକୁ ଦେଇଥିଲେ।ଲକ ଡାଉନ କୋହଳ ଥିଲେ ମଧ୍ୟ ବିଶ୍ୱ ମହାମାରୀର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ନ ଥିଲେ ବାହାରକୁ ବାହାରିବା ,ମାସ୍କ ପିନ୍ଧିବା,ବାରମ୍ବାର ହାତ ଧୋଇବା,ଘରେ ରହିବା ସୁସ୍ଥ ରହିବା,ଦୁଇ ମିଟର ଦୁରତାରେ ରହିବା ଏବଂ ସ୍ୱାସ୍ଥ୍ୟ, ସୁରକ୍ଷା,ସଫେଇ କର୍ମୀ ଓ ସାମାଜିକ କର୍ମୀ ମାନଙ୍କ ଭଳି କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବା ସହିତ ସରକାରଙ୍କର ସମସ୍ତ କଟକଣାକୁ ପରି ପାଳନ କରିବା ନିମନ୍ତେ ଅନୁରୋଧ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ-କଲ୍ୟାଣ ସମିତି ରମ୍ଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଞ୍ଚାନନ ଖଟୁଆ, ଶେଷଦେବ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଉମାକାନ୍ତ ସାହୁ, ଝଡ଼ିଆ ନାହାକ ପ୍ରମୁଖ ସାମାଜିକ କର୍ମୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଦୟାନିଧି ପ୍ରଧାନ, ବିଦ୍ୟାଭୂଷଣ ନାହାକ, ଶିଶିର ନାହାକ, ମୋହନ ପ୍ରଧାନ, ତ୍ରିନାଥ ପ୍ରଧାନ, କୁମୁଦ ପ୍ରଧାନ, ନିରଞ୍ଜନ ବେହେରା ଆଦିସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିୟୋଜିତ କର୍ମୀମାନେ ସରକାରୀ ନିୟମ ପ୍ରକାରେ ସତର୍କତା ସହ ସାମାଜିକ ଦୂରତାରେ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।ଗଣମାଧ୍ୟମ ପ୍ରତିନିଧି ଶ୍ରୀଧର ବେହେରା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ