ଗଞ୍ଜାମ ମହାବିଦ୍ୟାଳୟ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁ ମିଳନ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍):ଗଞ୍ଜାମ ମହାବିଦ୍ୟାଳୟ କୁ ନାକ୍ ଟିମ ର ଗ୍ରସ୍ତ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ କୁ ନେଇ ଏକ ପୁରାତନ ବିଦ୍ୟାର୍ଥୀ ମାନଙ୍କ ଏକ ବନ୍ଧୁ ମିଳନ ବିବେକାନନ୍ଦ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ମହାବିଦ୍ୟାଳୟ ର ଅଡିଟୋରୀୟମ ହଲ ଠାରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ .ରଙ୍ଗନାଥ କାନୁନଗୋ ଉଦଘାଟନ କରି ପୁରାତନ ଛାତ୍ର ଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶାର ପ୍ରଥମେ ମାନ୍ୟତା ପାଇଥିବା ୪୭ ଟି ମହାବିଦ୍ୟାଳୟ ମଧ୍ୟରୁ ଗଞ୍ଜାମ ମହାବିଦ୍ୟାଳୟ ଅନ୍ୟତମ । ମହାବିଦ୍ୟାଳୟ ର ଉନ୍ନତି ପାଇଁ ନାକ୍ ଏକ୍ରୀଡେସନର ଆବଶ୍ୟକତା ଜରୁରୀ ବୋଲି କହିଥିଲେ । ନାକ୍ଟିମ ଗ୍ରସ୍ତ ସମୟ ରେ ଆଲୁମିନି ଆସୋସେସନ ଉପସ୍ଥିତି ନିହାତି ଜରୁରୀ ବୋଲି କହିଥିଲେ । ବର୍ତ୍ତମାନ ମହାବିଦ୍ୟାଳୟ ପଚାଶ ବର୍ଷ ପୂର୍ତ୍ତି କରିଥିଲେ ବି ସୁବର୍ଣ୍ଣ ଜୟନ୍ତୀ ପାଳନ କରିପାରିନଥିବାରୁ ସହଯୋଗୀ କାମନା କରିଥିଲେ । ସରକାର ମହାବିଦ୍ୟାଳୟ ର ଉନ୍ନତି ପାଇଁ ମୋ ମହାବିଦ୍ୟାଳୟ ଯୋଜନା ମାଧ୍ୟମରେ ଯେଉଁପୁରାତନ ଛାତ୍ର ଯେତେ ଆର୍ଥିକ ଅନୁଦାନ ମହାବିଦ୍ୟାଳୟ କୁ ପ୍ରଦାନ କରିବ , ସରକାର ତାହାର ଦୁଇଗୁଣା ପ୍ରଦାନ କରିବେ ବୋଲି କହିଥିବାରୁ ମହାବିଦ୍ୟାଳୟ ର ସ୍ୱାର୍ଥ ଦୃଷ୍ଟି ରୁ ପୁରାତନ ବିଦ୍ୟାର୍ଥୀ ମାନେ ଏହାର ଫାଇଦା ନେବାକୁ ଅନୁରୋଧ କରିଥିଲେ । ଯାହାଫଳରେ ପୂରାତନ ଛାତ୍ର ତଥା ପୂର୍ବତନ ଛାତ୍ରସଂସଦର ସସଧାରଣ ସମ୍ପାଦକ ଜୟରାମ ସାହୁ ସର୍ବପ୍ରଥମେ ମହାବିଦ୍ୟାଳୟ ର ଉନ୍ନତି ପାଇଁ ଦଶ ହଜାର ଟଙ୍କା ଅଧ୍ୟକ୍ଷ କାନୁନଗୋ ଙ୍କୁ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ରୂପେ ଆଇକ୍ୟୁସିର ସଂଯୋକ ତଥା ରାଜନୀତିବିଜ୍ଞାନ ବିଭାଗର ମୁଖ୍ୟ ନୃସିଂହ ପ୍ରସାଦ ମିଶ୍ର ୨୦୨୧ ମସିହା ସୁଦ୍ଧା ମହାବିଦ୍ୟାଳୟ କୁ ନାକ୍ ମାନ୍ୟତା ନମିଳିଲେ ମହାବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ସୃଷ୍ଟି ହେବ ବୋଲି କହିଥିଲେ । ଏଥି ପାଇଁ ଆପଣ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବାସହ ସହଯୋଗ କାମନା କରିଥିଲେ । ଆଲୁମୁନି ମିଟ ର ଆବାହକ ଅଧ୍ୟାପକ ଅମର ପ୍ରସାଦ ବିଶୋଇ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ମହାବିଦ୍ୟାଳୟ ଇତିହାସ ରେ ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଥିବାରୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଆଲମୁନି କମିଟିର ସଦସ୍ୟ ତଥା ଅଧ୍ୟାପକ ରୋହିତ କୁମାର ସାହୁ, ପିତାମ୍ବର ବେହେରା, ଗିରିଷ କୁମାର ଆଚାର୍ଯ୍ୟ, ଡ.ଦୂର୍ଗା ପ୍ରସାଦ ଦାସ, ଅସ୍ମିତା ପଟ୍ଟନାୟକ, ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହିଅବସରରେ ପୁରାତନ ବିଦ୍ୟାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଅଜୁପଟ୍ଟନାୟକ, କୈଳାଶ ପଲେଇ, ଗଞ୍ଜାମ ବ୍ଲକ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାରୀ ନାୟକ, ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସସମ୍ପାଦକ ଗୋରୀଶଙ୍କର ପାଢ଼ୀ, ବରିଷ୍ଠ ସ୍ୱେଚ୍ଛାସେବୀ ମଙ୍ଗରାଜପଣ୍ଡା, ଦବଙ୍ଗ ଆଇ.ଆଇ.ସି ଶରତ ଚନ୍ଦ୍ର ସାହୁ, ବ୍ୟାଙ୍କ ମ୍ୟାନେଜର ଆମରଜିତ ବେହେରା, ଆଇ.ଆଇ.ସି ମନୋଜ ବେହେରା, ସୁଶାନ୍ତ ସାହୁ, ଅଧ୍ୟାପକ ସୁରେନ୍ଦ୍ର କୁମାର ପଣ୍ଡା, ଲଷ୍ମୀନାରାୟଣ ପଣ୍ଡା, ଆଇନଜୀବୀ ପଙ୍କଜ ବାରିକ,ବଡ଼ବଜାର ବେବସାହି ସଙ୍ଘ ସମ୍ପାଦକ କାହ୍ନୁଚରଣ ପଣ୍ଡା, ପୁର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହି, ସାମ୍ବାଦିକ ଶବର କୁମାର ତରେଇ, ପ୍ରଦୀପ କୁମାର ପଣ୍ଡା, ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ଶିକ୍ଷକ ମହେଶ କୁମାର ବେହେରା, ବିପ୍ର ଚରଣ ସାହୁ, ଜାତୀୟ ସ୍ତରୀୟ ବଡିବିଲ୍ଡର ଜିତେଶ ଦାସ,ଓ ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ପ୍ରଧାନ, ସୁଦାମ ସାହୁ, ଧବଳ କୁମର ତ୍ରିପାଠୀ, ମହେନ୍ଦ୍ର କୁମାର ପଣ୍ଡା, ମନୁମହାପାତ୍ର, ଅଧ୍ୟାପକ ଗୋରୀ ଶଙ୍କର ମିଶ୍ର, ସ୍ୱେଚ୍ଛାସେବୀ ସୁବସ ବେହେରା, ରାଧାରମଣ ପଣ୍ଡା, ସୁଧିର କୁମାର ପଣ୍ଡା,ରବି ମହାନ୍ତି, ବରିଷ୍ଠ ନାଗରିକ ନବବେହେରା, ପୁର୍ବତନ ଛାତ୍ରୀ ଉର୍ବଶୀ ପଟ୍ଟନାୟକ, ସୁଚିତ୍ରା ପଟ୍ଟନାୟକ, ଗିରିଜା ଆଚାର୍ଯ୍ୟ , ପୁର୍ବତନ କାଉନସିଲର ହେମାଙ୍ଗୀନି ବେହେରା, ରିନାପାଣିଗ୍ରାହି,ଶିକ୍ଷୟତ୍ରି ସରିତା ଚୌଧିରି, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରେ ପୁରାତନ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ବିଦ୍ୟାର୍ଥୀ ଯୋଗଦେଇଥିଲେ ।


