ୟୁଥ୍ ଫର୍ ଭିଲେଜ୍ ଦ୍ୱାରା ଜାତୀୟ ଯୁବ ଦିବସ ପାଳିତ
ଗଞ୍ଜାମ(ଯୁଗାବ୍ଦ ନ୍ୟୁଜ୍): ଯୁବ ସମାଜର ଦିଗଦର୍ଶକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିନକୁ ଭାରତବର୍ଷରେ ପ୍ରତି କୋଣ ଅନୁକୋଣରେ ପାଳନ କରାଯାଉଛି।ସ୍ବାମୀଜୀଙ୍କ ଦିଗଦର୍ଶନ, ଆଦର୍ଶ ଓ ଚରିତ୍ରକୁ ଯୁବ ସମାଜ ଅନୁପ୍ରାଣିତ ହୋଇ ନିଜକୁ ରାଷ୍ଟ୍ର ନିର୍ମାଣରେ ଏକ ମୁଖ୍ୟ ସକାରତ୍ମକ ଭୂମିକା ଗ୍ରହଣ କରିବା ପାଈଁ ଯୁବ ସମାଜକୁ ସଚେତନ ପରିବା ନିମନ୍ତେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ମାନଂକରେ ଛୋଟବଡ କାର୍ଯ୍ୟକ୍ରମମାନ ଆୟୋଜିତ ହେଇ ଆସୁଅଛି। ଏଥିରେ ବାଦ ପଡିନି ମଫସଲ ଅଂଚଳରେ ଥିବା ଛୋଟ ଛୋଟ ଯୁବ ସଙ୍ଗଠନ। ଗଞ୍ଜାମ ବ୍ଲକର ଅଗ୍ରଣୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ତରଫରୁ ତାରିଣୀ ପଲ୍ଲୀ ୱାଇ ଫର୍ ଭି ପାଠାଗାର ପ୍ରାଙ୍ଗଣରେ ବିବେକାନନ୍ଦଙ୍କ ନୀତି ଆଦର୍ଶ କୁ ଯୁବ ସମାଜ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଦିବସକୁ ପାଳନ କରାଯାଇଛିି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସିକ୍ଷାବିତ୍ ରବୀନ୍ଦ୍ର କୁମାର ସେଠୀ ପ୍ରଦୀପ ପ୍ରଜ୍ୱଳନ ଓ ସିକ୍ଷାବିତ୍ ରବୀନ୍ଦ୍ର କୁମାର ଗୋୖଡ଼ ବିବେକାନନ୍ଦଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ମୋଚିରାମ ବେହେରା,ସମ୍ପାଦକ ଦୀପକ କୁମାର ସାହୁ, ଗଗନ ସାହୁ, ସୁନୀଲ ସେଠୀ, ବସନ୍ତ ସେଠୀ,ପ୍ରଶାନ୍ତ ମହାପାତ୍ର, ରାଜା ମହାପାତ୍ର, ବଳରାମ ସେଠୀ, ବି ଦେବାଶିଷ ରେଡି ଓ କାଳିଆ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବାମୀଜୀଙ୍କ ଜୀବନୀ ଉପରେ ନିଜସ୍ୱ ମତ ରଖିଥିଲେ।


