ଫନୀ ସହାୟତା ସାତ ସପନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଗତ ଫନି ବାତ୍ୟାରେ ବାସଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେବି ସରକାରୀ ସହାୟତା ମିଳିନଥିବାରୁ କ୍ଷତିଗ୍ରସ୍ତ ବ୍ୟକ୍ତି ସୋମବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର ସୂର୍ଗତ ମୁଷି ଦାସଙ୍କ ପୁଅ ମୁରଲୀଧର ଦାସଙ୍କ ଚାଳଛପର ବାସଗୃହ ଉପରେ ଗତ ଫନି ବାତ୍ୟାରେ ଏକ ଚାକୁଣ୍ଡା ଗଛ ପଡିଯିବାରୁ ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଥିଲା । ଏଥିସହିତ ତାଙ୍କ ଘରେ ଥିବା ୧୫ବସ୍ତା ଧାନ ଓ ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିଲା । ମୁରଲୀଧର ଏ ସମ୍ପର୍କରେ ତଦନାନ୍ତିନ ତହସିଲଦାରଙ୍କୁ ଲିଖିତ ଭାବରେ ଜଣାଇବା ପରେ ଭଗବାନପୁର ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇ ତଦନ୍ତ ମଧ୍ୟ କରିଥିଲେ । କିନ୍ତୁ ମୁରଲୀଧରଙ୍କୁ କୈାଣସି ସରକାରୀ ସହାୟତା ନମିଳିବାରୁ ସେ ତହସିଲଦାର,ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ବି ତାଙ୍କୁ ସରକାରୀ ସହାୟତା ଅଦ୍ୟାବଧି ମିଳିଲା ନାହିଁ । ତେଣୁ ସେ ପୁନର୍ବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଘରଭଙ୍ଗା ସହାୟତା ତାଙ୍କୁ ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି ।


