ବାସିଙ୍ଗୀ ପ୍ରସିଦ୍ଧ ମା’ ମାନସାଙ୍କ ପୀଠରେ ଯଜ୍ଞ ସମାରୋହ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପ୍ରସିଦ୍ଧ ମା’ ମାନସାଙ୍କ ପୀଠରେ ତ୍ରିଦିବସୀୟ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାସିଙ୍ଗୀ ଗ୍ରାମର ଧର୍ମପ୍ରାଣ ସ୍ବର୍ଗତ ଡମନ ଚରଣ ମହାନ୍ତ ଏବଂ ତାଙ୍କ ପତ୍ନୀ ସରସ୍ବତୀ ମହାନ୍ତଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ ହେଲେ ମନ୍ଦିର ଟିଏ ହୋଇ ପାରି ନ ଥିଲା ।ବାପା ମା’ ଙ୍କ ମନରେ ସ୍ବପ୍ନ ଥିବା ମା’ ମାନସାଙ୍କ ମନ୍ଦିର ନିର୍ମାଣ ପାଇଁ ତାଙ୍କର ୩ ସୁପୁତ୍ର ମହେନ୍ଦ୍ର ନାଥ ମହାନ୍ତ, ସୁରେନ୍ଦ୍ର ନାଥ ମହାନ୍ତଙ୍କ ଉଦ୍ୟମରେ ମା’ ମାନସାଙ୍କ ମନ୍ଦିର ନିର୍ମାଣ ପାଇଁ ୨୦୧୮ ରେ ଯଜ୍ଞ ସଂକଳ୍ପ କରିଥିଲେ ।୨୦୧୯ ଏବଂ ୨୦୨୦ ମସିହାରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ୨୦୨୧ ,୨୦୨୨ କରୋନା ପାଇଁ ତୃତୀୟ ବାର୍ଷିକ ଯଜ୍ଞ ହୋଇ ପାରି ନ ଥିଲା । ତେଣୁ ଚଳିତ ବର୍ଷ ତୃତୀୟ ବାର୍ଷିକ ତ୍ରିଦିବସୀୟ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।୨୨ ତାରିଖ ଦିନ ସଂଧ୍ୟାରେ ଅଧିବାସ, ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।୨୩ ତାରିଖ ଦିନ କଳଶ ଯାତ୍ରା,ଘଟସ୍ଥାପନା, ସୂର୍ଯ୍ୟ ପୂଜା,ଗୋ ପୂଜା,ଅଗ୍ନି ସଂଯୋଗ,,ଯଜ୍ଞ,୧୦୦୮ ହୋମ ଏବଂ ପୂଜାର୍ଚ୍ଚନା ହୋଇଥିଲା ।ଆଜି ଶେଷଦିନ ୨୪ ତାରିଖରେ ମା’ ମାନସାଙ୍କ ଷୋଡ଼ଷଉପଚାର ପୂଜାର୍ଚ୍ଚନା, ସୂର୍ଯ୍ୟ ପୂଜା,ଗୋ ପୂଜା, ହୋମ କୁଣ୍ଡରେ ସପ୍ତସତୀ ଚଣ୍ଡୀ ପୂଜନ, ପୂର୍ଣ୍ଣାହୁତି,ଆରତୀ, ବିସର୍ଜନ କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ନୀଳରତ୍ନ ସାମନ୍ତରାୟ, ସହଯୋଗୀ ପୂଜକ ମାନସ ଦାସ,ଅରୂପ ସାମନ୍ତରାୟ, ନିକୁଞ୍ଜ ମିଶ୍ର,ଯଜ୍ଞେଶ୍ବର ଦାସଙ୍କ ଦ୍ଵାରା ସଂପନ୍ନ ହୋଇଥିଲା ।କର୍ତାଭାବରେ ମହେନ୍ଦ୍ର ନାଥ ମହାନ୍ତ,ଲୀଳାବତୀ ମହାନ୍ତ ସଂକଳ୍ପ ରେ ବସିଥିଲେ ।ଶହ ଶହ ମାନସିକ ଧାରୀ, ଶ୍ରଦ୍ଧାଳୁ, ଗ୍ରାମବାସୀ ଯଜ୍ଞରେ ଯୋଗ ଦେଇ ମା’ ମାନସାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।ଗ୍ରାମଟି ଭକ୍ତିମୟୀ ପରିବେଶ ହୋଇ ଉଠିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ