ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମ ଛକଠାରେ ଗତକାଲି ବୁଗୁଡା ପୋଲିସ ୪୫୨୨ ଗ୍ରାମ ଗଞ୍ଜେଇ ଜବତକରିବା ସହ ଜଣେ ଯୁବକକୁ ଅଟକ ରଖିଥିଲେ। ତଦନ୍ତ ପରେ ଯୁବକ ଜଣଙ୍କ ବାଲିଗୁଡାର ଆଦିତ୍ୟ ନାୟକ ବୋଲି ଧରାପଡିଥିବା ବେଳେ ବୁଗୁଡା ପୋଲିସ ଆଜି କୋର୍ଟ ଚାଲାଣ କରିଛି। ଗତକାଲି ବୁଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିରଞ୍ଚିପୁର ଗ୍ରାମ ଛକଠାରେ ଜଣେ ଯୁବକ ଏକ ଓଟୋ ରିକ୍ସାରେ ଏକ ଗଞ୍ଜେଇ ବସ୍ତା ଚୋରା ଚାଲାଣ ପାଇଁ ବୁଗୁଡା ଅଭିମୁଖେ ଆସୁଥିବା ସମୟରେ ପୋଲିସ ଅଟୋକୁ ଅଟକାଇ ୪୫୨୨ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଯୁବକକୁ ଅଟକ ରଖିଥିଲେ। ବୁଗୁଡା ଥାନା କେସ ନଂ ୧୨୩/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ କରିବା ସହ ଆଜି ଆଦିତ୍ୟ ନାୟକକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ