ଗଞ୍ଜେଇ ବେପାର ରୁ ହତ୍ୟା ମୁଖ୍ୟ ଅଭିଯୁକ୍ତ ଗିରଫ
ସାନଖେମୁଣ୍ଡି,( ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ T ଗୋବିନ୍ଦପୁର ପଞ୍ଚୟତ ଶ୍ରୀରାମନଗର ଜଙ୍ଗଲ ରେ ଗତ ମେ ମାସ 23 ତାରିଖ ରେ ଗଞ୍ଜେଇ ବେପାର କୁ ନେଇ ବ୍ରମହପୁର ଶାସ୍ତ୍ରୀ ନଗର ର ବିଭୁ ପ୍ରସାଦ ଦାସ କୁ ଜଙ୍ଗଲ ରେ ହାତ,ଗୋଡ ବାନ୍ଧି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ତାରିଣୀ ମଣ୍ଡଳ କୁ ପାଟପୁର ପୋଲିସ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡ଼ିଛି।ଘଟଣା ପ୍ରକାରେ ଗଞ୍ଜେଇ ବେପାର ରେ ଟଙ୍କା କାରବାର କୁ ନେଇ ବିଭୁ କୁ ହତ୍ୟା କରିଥିବା ବେଳେ ଅଡ଼ଭା ଥାନା ଅନ୍ତର୍ଗତ ପଦା ଗାଁ ର ଗଙ୍ଗାଧର ପାତ୍ର ଅଡ଼ଭା ର ଉଦ୍ଧବ ଗୌଡ଼ କୌଶଳ କ୍ରମେ ଖସି ପଳାଇଥିଲେ।କାଳୀବୁରାଇ ଗ୍ରାମ ର ଟୁକୁନା ଶବର ଓ ଅଡ଼ଭା ଥାନା ଅନ୍ତର୍ଗତ ନାଡାମା ଗ୍ରାମର କୋମ ଲୋଚନ ଗମାଙ୍ଗ ଏବଂ ତାରିଣୀ ମଣ୍ଡଳ ତିନି ଜଣ ମିଶି ବିଭୁପ୍ରସାଦ କୁ ହତ୍ୟା କରିଥିବା ପାଟପୁର ପୋଲିସ ତଦନ୍ତ କରିବା ବେଳେ ଜଣା ପଡ଼ିଛି।ତାରିଣୀ ମଣ୍ଡଳ ଫେରାର ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଙ୍କୁ ପାଟପୁର ପୋଲିସ କୋର୍ଟ ଚାଲାଣ କରିଥିଲା।ପାଟପୁର ଥାନା ରେ ଗତ ମେ ମାସ 25 ତାରିଖ ରେ କଳିଙ୍ଗ କୁମାର ଦାସ ଙ୍କ ଏତଲା ପ୍ରକାରେ ଏହାର ତଦନ୍ତ କରି ଦୋଷୀ କୁ ଧରିବା ରେ ପାଟପୁର ପୋଲିସ ସଫଳ ହୋଇଛି।ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୁଚନା ଦେଇଛନ୍ତି।


