ଗଞ୍ଜେଇ ବୋଝେଇ ବାଇକ୍ ସହ ଦୁଇ ଚାଲାଣକାରୀ ଗିରଫ

ଗାଙ୍ଗପୁର,(ଶିବରାମ ଚୌଧୁରୀ): ଆଜିକାଲି ବିଭିନ୍ନ ନିଶା ଦ୍ରବ୍ୟ କାର ବାରକୁ ରୋଜଗାରର ସହଜ ଏବଂ ଲାଭକାରୀ ଉପାୟ ଭାବି ଓଡ଼ିଶାର ବହୁ ଅଞ୍ଚଳରେ ଯୁବକ ମାନେ ବିଭିନ୍ନ ମାଦକ ଦ୍ରବ୍ୟ କାରବାରରେ ଲିପ୍ତ ରହିବା ରାଜ୍ୟ ସରକାର ତଥା ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ଗତ କାଲି ସନ୍ଧ୍ୟାରେ ଏସ୍.ଆଇ. ପି.କେ ସାହୁଙ୍କ ନେତୃତ୍ଵରେ ଭଞ୍ଜନଗର ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଡିମିରି ପଲ୍ଲୀ ଛକ ନିକଟରେ ୨୧ କେଜି ୩୬୦ ଗ୍ରାମର ଗଞ୍ଜେଇ ବସ୍ତା ଲଦା ହୋଇଥିବା ଏକ ବଜାଜ୍ ପଲ୍ସର୍ ବାଇକ୍ OD12B0562 କୁ ଜବତ କରିବା ସହ ଫିରିଙ୍ଗିଆର ଶ୍ରବଣ କୁମାର କହଁର ଏବଂ ଭଞ୍ଜନଗର ସାନ ତୋଟା ସାହିର ଜଗା ଦାସ ନାମକ ବ୍ୟକ୍ତିକୁ ଗିରଫ କରିଛି | ଭଞ୍ଜନଗର ଥାନାରେ କେସ୍ ନମ୍ବର ୫୪୦/୨୦ରେ ଏକ ମାମଲା ରୁଜୁ ଗିରଫ ଦୁଇ ବ୍ୟକ୍ତିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ